No Result
View All Result
୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ବୋଲଗଡ଼ ପଞ୍ଚାୟତ ସମିତି ଆନୁକୂଲ୍ୟରେ ଓ ବୋଲଗଡ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶରତ କୁମାର ମଲ୍ଲିକଙ୍କ ଆବାହକତ୍ୱରେ ବଡ଼କୁମ୍ଭାରୀ ପଞ୍ଚାୟତସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଆଜି ବ୍ଲକସ୍ତରୀୟ ବିଶ୍ୱ ଯୋଗ ଦିବସ ପାଳିତ ହୋଇ ଯାଇଛି ¡ ଏହି ବ୍ଲକସ୍ତରୀୟ ଯୋଗ ଦିବସରେ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ରତିକାନ୍ତ ମିଶ୍ର,ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି ତଥା ବଡକୁମ୍ଭାରୀ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ,

ପଞ୍ଚାୟତ ସମିତି ଅଧକ୍ଷା ହୁଲ୍ଲାସ ପ୍ରଧାନ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ତହସିଲଦାର ନିବେଦିତା ପରିଡା , ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ ପ୍ରମୁଖ ଯୋଗଦେଇ ଥିଲେ ! ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ ପ୍ରଜ୍ଜଳନ କରି ଯୋଗ ଦିବସ କାର୍ଯ୍ୟକ୍ରମ ଆରମ୍ଭ କରି ଥିଲେ।ସକାଳ 7ଟା ସମୟ ଠାରୁ 9ଟା ପର୍ଯନ୍ତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ପ୍ରଶିକ୍ଷଣ ଦିଅ ଯାଇଥିଲା !

ଏବଂ ଏହାର ଉପକାରିତା ବୁଝା ଯାଇଥିଲା ସବୁ ଉପସ୍ଥିତ ମେମ୍ବର ମାନେ ନିଜ ଘରେ ଯୋଗ କରିବେ ବୋଲି ଶପଥ ପାଠ କରିଥିଲେ ! ପ୍ରାୟ ଦେଢ଼ ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ମହିଳା ମାନଙ୍କ ସଂଖ୍ୟା ଶହେରୁ ଉର୍ଦ୍ଧ୍ବ ଥିବା ଜଣା ପଡି ଥିଲା । ବିଧାୟକ ପ୍ରଦୀପ ସାହୁ ଯୋଗ କରିବା ଦ୍ୱାରା ମଣିଷ ଶାରୀରିକ ଓ ମାନସିକ ସ୍ତରରେ ଦକ୍ଷ ହୋଇ ପାରିବ ବୋଲି ନିଜ ଅଭିଭାଷଣରେ କହିଥିଲେ।
No Result
View All Result