ଓଡ଼ିଶାର ସ୍ବାର୍ଥ , ବିକାଶ ଏବଂ ଜନ ସାଧାରଣ ଙ୍କ ପାଇଁ ଅହରହ କାର୍ଯ୍ୟ କରିବା ପାଇଁ ଦଶପଲ୍ଲା ବିଧାୟକ ଏବଂ ବିଜେଡ଼ି ର ଜନ ପ୍ରତିନିଧି ଏବଂ ନେତୃମଣ୍ଡଳୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।ବିଜେଡ଼ି ର ଜନ ପ୍ରତିନିଧି ଏବଂ ନେତୃମଣ୍ଡଳୀ ଙ୍କ ଜୟ ନବୀନ ,ଜୟ ବିଜେଡ଼ି ଧ୍ବନିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ବିଜେଡ଼ି ସୁପ୍ରିମୋ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ପରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଜନ ପ୍ରତିନିଧି ଏବଂ ନେତୃମଣ୍ଡଳୀ ମାନଙ୍କ ମଧ୍ୟରେ ଉତ୍ସାହ ର ଲହରୀ ଖେଳି ଯାଇଛି ।
© 2023 Odisha Taza News.