No Result
View All Result
୨୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆସନ୍ତାକାଲି ସ୍ନାନପୂର୍ଣ୍ଣିମା , ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ । ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧାମୂରତି । ଏହାପରେ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ । ପୁରୀରେ କାଲି ଶୃଙ୍ଖଳିତ ନୀତି ଓ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ମଙ୍ଗଳାର୍ପଣ ଭୋର ୩ଟା ୩୦ ମିନିଟ ପରେ ଭୋର ୪ଟାରୁ ୬ଟା ମଧ୍ୟରେ ପୁଷ୍ପାଞ୍ଜଳି ଓ ପହଣ୍ଡି ଆରମ୍ଭ ହେବ ।
ସ୍ନାନବେଦୀରେ ମଙ୍ଗଳ ଆଳତି ୮ଟା ୧୦ରେ ହେବା ପରେ ଅବକାଶ ନୀତି ସକାଳ ୯ଟା ୨୦ରେ ଅନୁଷ୍ଠିତ ହେବ । ଏହାପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ୯ଟା ୫୫ରୁ ୧୦ଟା ୧୦ ପର୍ଯ୍ୟନ୍ତ ହେବ । ଜଳବିଜେ ଓ ସ୍ନାନ ୧୧ଟା ୨୦ରୁ ୧୨ଟା ୪୫ ଯାଏଁ ହେବ । ମହାପ୍ରଭୁଙ୍କ ଛେରାପହଁରା ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବା ପରେ ହାତୀବେଶ ୨ଟା ୪୦ରେ, ସାହାଣମେଲା ଦର୍ଶନ ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ୩୦ ବାହୁଡା, ପହଣ୍ଡି ରାତି ୧୦ଟା ୩୦ରୁ ୧ଟା ପର୍ଯ୍ୟନ୍ତ ହେବ। ଦେବସ୍ନାନ ପାଇଁ ୭୦ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

No Result
View All Result