୧୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରାଦ୍ଵୀପ :-> ଗୋବର୍ଦ୍ଧନ ମଠର ତତ୍ତ୍ଵାବଧାନରେ ପରିଚାଳିତ ପୀଠ ପରିଷଦ- ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତରଫରୁ ବିଭାଗ ସଚିବ ଶ୍ରୀ ଶ୍ରୀକୁମାର ରାଜଗୁରୁ ମହାପାତ୍ରଙ୍କ ପ୍ରଚେଷ୍ଟାରେ ରବିବାର ଜ୍ୟେଷ୍ଠ ଶୁକ୍ଳ ଦଶମୀ (ତା-୧୬.୦୬.୨୦୨୪)ରେ ପାରାଦ୍ଵୀପ ନିକଟବର୍ତ୍ତୀ ମା ସନ୍ତୋଷୀ ଜରାଶ୍ରମ ରେ ଏକ ସାମାଜିକ ସେବା ପ୍ରକଳ୍ପ ହାତକୁ ନିଆଯାଇଛି ।
ଏହି ସେବା ମାଧ୍ୟମରେ ପିଲାମାନଙ୍କ ଦ୍ଵାରା ଉପେକ୍ଷିତ ବୃଦ୍ଧ ଓ ରୋଗ ଜର୍ଜରିତ ଲୋକମାନଙ୍କୁ ବସ୍ତ୍ର, ଫଳ, ବିସ୍କୁଟ ଓ ପାଣି ବୋତଲ ବିତରଣ କରାଯାଇଥିଲା । ସଙ୍ଗଠନ ତରଫରୁ ବର୍ତ୍ତମାନର ଗୋବର୍ଦ୍ଧନ ମଠ ପୁରୀ ପିଠାଧିଶ୍ୱର ଜଗଦଗୁରୁ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଜଗଦଗୁରୁଙ୍କ ସ୍ଵପ୍ନର ଭାରତ ଓ ବିଶ୍ୱର ପରିକଳ୍ପନାକୁ ଜନ ସାଧାରଣଙ୍କୁ ଅବଗତ କରାଯାଇଥିଲା ।
ସଂଗଠନର ଉଦ୍ଦେଶ୍ୟ :-
ସୁସଂସ୍କୃତ, ସୁଶିକ୍ଷିତ, ସୁରକ୍ଷିତ, ସମ୍ପନ୍ନ, ସେବାପରାୟଣ, ସ୍ଵସ୍ଥ ଓ ସର୍ବହିତପ୍ରଦ ବ୍ୟକ୍ତି ତଥା ସମାଜର ସଂରଚନା ଏବଂ ‘ଧର୍ମନିୟନ୍ତ୍ରିତ-ପକ୍ଷପାତବିହୀନ ଶୋଷଣଵିନିର୍ମୁକ୍ତ ସର୍ବହିତପ୍ରଦ ସନାତନ ଶାସନତନ୍ତ୍ରର ସ୍ଥାପନା ।’ ମା ସନ୍ତୋଷୀ ଜରାଶ୍ରମ ରେ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା । ଶ୍ରୀଜଗଦଗୁରୁଙ୍କ ଜୟ ଧ୍ୱନି ସହିତ ଭଜନ କୀର୍ତ୍ତନ ପରିବେଷଣ ଆଶ୍ରମ ତଥା ଆଖପାଖ ଅଞ୍ଚଳ ଭକ୍ତିଭାବପୂର୍ଣ୍ଣ ହୋଇଯାଇଥିଲା ।
ଆଦିତ୍ୟ ବାହିନୀର ସ୍ଲୋଗାନ :-
ଧର୍ମ କି – ଜୟ ହୋ
ଅଧର୍ମ କା – ନାଶ ହୋ
ପ୍ରାଣୀୟୋ ମେ – ସଦ୍ଭାବନା ହୋ
ଵିଶ୍ଵ କା – କଲ୍ୟାଣ ହୋ
ଗୋମାତା କି – ଜୟ ହୋ
ଗୋ ହତ୍ୟା – ବନ୍ଦ ହୋ
ସର୍ବ ଭୂତ ହୃଦୟ ଧର୍ମ ସମ୍ରାଟ ସ୍ଵାମୀ ଶ୍ରୀ କରପାତ୍ରୀଜୀ ମହାରାଜ କି – ଜୟ ହୋ
ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଚ୍ଚ କି – ଜୟ ହୋ
ଶ୍ରୀ ଜଗନ୍ନାଥ ମହାପ୍ରଭୁ କି – ଜୟ ହୋ
ଶ୍ରୀ ବଳଭଦ୍ର ମହାପ୍ରଭୁ କି – ଜୟ ହୋ
ଭଗବତୀ ସୁଭଦ୍ରା ଦେବୀ କି – ଜୟ ହୋ
ନମୋ ପାର୍ବତୀ ପତୟେ – ହର ହର ମହାଦେବ
ଉପରୋକ୍ତ ଜୟ ଘୋଷ ଓ ଭଗବତ୍ କୀର୍ତ୍ତନ ମଧ୍ୟରେ ସମସ୍ତେ ନିଜର ବିଛିଡିଥିବା ପରିବାରର ଦୁଃଖ ଭୁଲି ଯାଇଥିବା ପରି ମନେ ହେଉଥିଲା . ଏହି ମହତ୍ କାର୍ଯ୍ୟରେବହୁତ ମାନ୍ୟଗଣ୍ୟ ବ୍ୟକ୍ତି ସହଯୋଗ କରିଥିଲେ। ଗୋବର୍ଦ୍ଧନ ମଠ ପୀଠ ପରିଷଦ- ଆଦିତ୍ୟ ବାହିନୀ – ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ତତଫରୁ ବିଭାଗ ସଚିବ ଶ୍ରୀ ଶ୍ରୀକୁମାର ରାଜଗୁରୁ ମହାପାତ୍ର,ଶ୍ରୀ ସୂର୍ଯ୍ୟକାନ୍ତ ଶତପଥୀ, ଶ୍ରୀ ଦେବବ୍ରତ ସାହୁ, କ୍ୟାପଟେନ ଅଲେଖ ଚରଣ ସାହୁ,