ଓଡିଶା ତାଜା ନ୍ୟୁଜ୍ (୭ ଅଗଷ୍ଟ ଶୁକ୍ରବାର) ଭୁବନେଶ୍ୱର :- କରୋନା ସମ୍ପର୍କରେ ଚିତ୍ର ଓ ମାସ୍କରେ ସଚେତନତା ଚିତ୍ର ପାଇଁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ହେଲେ ଓଡ଼ିଆ ଚିତ୍ରଶିଳ୍ପୀ ରାଜକିଶୋର ମହାରଣା । ପଞ୍ଜାବସ୍ଥିତ ଚିତ୍ରକର ବିଶ୍ୱବିଦ୍ୟାଳୟର ଜାତୀୟସ୍ତରୀୟ ଅନ୍ଲାଇନ୍ ପ୍ରତିଯୋଗିତାରେ ଶ୍ରୀ ମହାରଣା ପ୍ରଥମ ହେବା ସୌଭାଗ୍ୟ ଲାଭକରି ଓଡ଼ିଶାକୁ ଗୌରବ ଆଣି ଦେଇଛନ୍ତି ।
ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ନଗର ଅଚଂଳର ଏହି ଯୁବ ଚିତ୍ରଶିଳ୍ପୀର ହାତରେ ରହିଛି ଯାଦୁ । ତାଙ୍କ ଚିତ୍ରକଳାର ଯାଦୁ ଯେ କେହି ଦେଖିଲେ ଘଡ଼ିଏ ଅଟକିଯିବ । ପିଲାଟି ଦିନରୁ ତାଙ୍କର କଳାତ୍ମକ ରୁଚି ଯୋଗୁଁ ସେ ବିଭିନ୍ନ ପଟ୍ଟଚିତ୍ର କରୁଥିବା ବେଳେ ଏବେ କରୋନା ମହାମାରୀ ସମୟରେ ତାଙ୍କର ସଚେତନାତ୍ମକ ଚିତ୍ରକଳା ମଧ୍ୟ ତାଙ୍କୁ ଏ ଦିଗରେ ଆହୁରି ଆଗକୁ ଯିବାକୁ ପ୍ରେରଣା ଯୋଗାଇବା ସହ ସମ୍ମାନ ଆଣି ଦେଇଛି ।
ପୂର୍ବରୁ ସେ କରୋନାକୁ ସତର୍କ ରହିବା ପାଇଁ କାନ୍ଭାସ୍ରେ ଚିତ୍ର କରି ମଧ୍ୟ ଚିତ୍ରକର ବିଶ୍ୱବିଦ୍ୟାଳୟର ଏବଂ ଓଡ଼ିଶା ଲଲିତକଳା ଏକାଡ଼େମୀ ପୁରସ୍କୃତ ହୋଇଛନ୍ତି ।