No Result
View All Result
୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :–> ଗଜପତି ଜିଲ୍ଲା ଅଡବା ଓ ମୋହନା ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ମଦ ଜବତ କରିଛି ଅବକାରୀ ବିଭାଗ l ଏହି ଚଢାଉ ରେ ୭୪ ଲିଟର ଦେଶି ମଦ, ଗୋଟିଏ ବାଇକ୍ ଜବତ କରାଯିବା ସହ ୨ ଜଣକୁ ଗିରଫ କରାଯାଇଛି l ସେମାନେ ହେଲେ ବିରିକୋଟ ଗାଁର ଗୁଣ୍ଡିଚ ନାୟକ ଅ ଟିଆମା ଗାଁର ଅଶୋକ ଦଳାଇ l

ଅବକାରୀ ଅଧିକାରୀ ପ୍ରଦୀପ କୁମାର ସାହୁ ଙ୍କ ନିର୍ଦେଶ କ୍ରମେ ମୋହନା ଅବକାରୀ ଏସଆଇ ପ୍ରଶ୍ନ ପଟେଲ ଓ ଟିମ ଗୁରୁବାର ଦିନ ଅଡବା ଥାନା ବିରିକୋଟ ଓ ମୋହନା ଥାନା ଚାନ୍ଦିପୁଟ ଅଂଚଳ ରେ ଚଡାଉ କରି ୭୪ ଲିଟର ଦେଶୀ ରନ୍ଧା ମଦ ଜବତ କରିଛି l ଏହି ଚଢାଉ ରେ ଗୋଟିଏ ବାଇକ ଜବତ କରିବା ସହ ଦୁଇଟି ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯଇଛି ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକାରୀ l

No Result
View All Result