No Result
View All Result
୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ମାଧ୍ୟମିକ ଶିକ୍ଷକ ସଂଘ ର ଚିଲିକା ବ୍ଲକ ଶାଖା ପକ୍ଷରୁ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ ଙ୍କୁ ତାଙ୍କର ନାଚୁଣୀ ସ୍ଥିତ କାର୍ଯ୍ୟାଳୟ ଠାରେ ଅଭିନନ୍ଦନ ଜ୍ଞାପନ ସହ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ କୁମାର ସ୍ଵାଇଁ ଙ୍କ ଆଵାହକତ୍ଵ ରେ ଚିଲିକା ବ୍ଲକ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଓଷ୍ଟା ର ଅନ୍ୟତମ ସଭ୍ୟ ଆଶିଷ କୁମାର ପତି,
ବ୍ଲକ ଓଷ୍ଟା ସଂଘ ର ଉପ ସଭାନେତ୍ରୀ ପୁଷ୍ପଲତା ମଙ୍ଗରାଜ,ମ୍ରୃତ୍ୟୁଞ୍ଜୟ ରଥ,ନଟବର ସେଣ,ପ୍ରତାପ ଚନ୍ଦ୍ର ମହାପାତ୍ର, ରତ୍ନାକର ସ୍ବାଇଁ,ସୁରେଶ ଚନ୍ଦ୍ର ସ୍ଵାଇଁ, ଲୋକନାଥ ପାଇକରାୟ ପ୍ରମୁଖ ଶ୍ରୀ ହରିଚନ୍ଦନ ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବ୍ଲକ ରେ ମନ୍ତ୍ରୀ ଙ୍କ ସହ ବ୍ଲକ ର ଶିକ୍ଷା ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ଵିଶେଷ କରି ଗମନାଗମନ ସୁବିଧା ଦ୍ରୃଷ୍ଟି ରୁ ଵିଇଓ କାର୍ଯ୍ୟାଳୟ କୁ ଗଙ୍ଗାଧର ପୁର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବୀ ଉପସ୍ଥାପନ କରା ଯାଇଥିଲା ।
No Result
View All Result