No Result
View All Result
୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ଆଙ୍କୁଲାଚଟି ସ୍ଥିତ କ୍ରୀଡା, ସଂସ୍କୃତି ଓ ସାହିତ୍ୟ ପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଆର୍ଟ ଅଫ ଗିଭିଙ୍ଗ ଆନୁକୂଲ୍ୟରେ ରଙ୍ଗାରଙ୍ଗ ରଜ ଉତ୍ସବ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇ ଆଜି ଉଦ୍ ଯାପିତ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ କବି ଗୋପିନାଥ ଦାଶ,ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁ,ନାଟ୍ୟ ବ୍ୟକ୍ତିତ୍ଵ ପ୍ରସନ୍ନ କୁମାର ନାୟକ, ନ୍ରୃତ୍ୟ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ଜାଲି, ଚିତ୍ରଶିଳ୍ପୀ ସୁରେନ୍ଦ୍ର ନାଥ ଗୈ।ଡ଼ ଏବଂ ମୁଖ୍ୟ ବକ୍ତା ଭାବେ କିଟ୍ ବିଶ୍ୱବିଦ୍ୟାଳୟ ର ଅଧ୍ୟାପିକା ଚିନ୍ମୟୀ ମହାପାତ୍ର ଯୋଗ ଦେଇଥିଲେ ।
ଏହି ଅବସରରେ ଅଞ୍ଚଳ ର ବିଭିନ୍ନ କ୍ଷେତ୍ରରେ କ୍ରୃତୀତ୍ଵ ଅର୍ଜନ କରିଥିବା ବ୍ୟକ୍ତି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ଚିନ୍ମୟୀ ମହାପାତ୍ର ଆର୍ଟ ଅଫ ଗିଭିଙ୍ଗ ଆଭିମୁଖ୍ୟ ମହାନ୍ ତା ଉପରେ ସାରଗର୍ଭକ ଭାଷଣ ଦେଇ ଅବକ୍ଷୟ ମୁଖୀ ଉତ୍କଳୀୟ ସଂସ୍କୃତି କୁ ରକ୍ଷା କରିବାରେ ପ୍ରୟାସ ର ଭୂମିକା କୁ ପ୍ରଶଂସା କରିଥିଲେ । ରଜ ଉତ୍ସବ ରେ ଆୟୋଜିତ ଝୋଟି,ଚିତା,ମୁରୁଜ,ରଙ୍ଗୋଲୀ, ପିଠାପଣା, ନ୍ରୃତ୍ୟ ଓ ସଙ୍ଗୀତ ,
କ୍ରୀଡା ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରିଥିବା ଶତାଧିକ କୁମାରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା। ଅନୁଷ୍ଠାନ ର ଉପଦେଷ୍ଟା ଲଲାଟେନ୍ଦୁ ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଭାପତି ଵିଭାସ ରଞ୍ଜନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ କୁଳମଣି ବାରିକ ସ୍ଵାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ। ଆର୍ତ୍ତତ୍ରାଣ ଦାଶ ଏବଂ ମାନସ ନାୟକ ସହଯୋଗ କରିଥିଲେ।
No Result
View All Result