No Result
View All Result
୧୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> କ୍ୟାବିନେଟ ମନ୍ତ୍ରୀ ଭାବେ ରାଜ୍ୟରେ ମନ୍ତ୍ରୀ ପଦ ପାଇବା ପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ଅଜି ଦିନିକିଆ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି । ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ପ୍ରଥମେ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃ ବିହାର କାଳୁପଡା ଘାଟ ଗସ୍ତରେ ଆସିଛନ୍ତି ଏହି ଅବସର ରେ କାଳୁପଡା ଘାଟ ବଜାର ରେ ଦଳୀୟ କର୍ମୀ ମାନେ ନିଜ ନେତାଙ୍କୁ ପାଖରେ ପାଇ ଆତ୍ମ ବିଭୋର ହୋଇଛି ଯାଇଛନ୍ତି !
କଳ କଲେଶ୍ଵର ଗ୍ରାମ ପଞ୍ଚାୟତ ସରପଞ ଜ୍ୟୋଷ୍ଣରାଣୀ ଜେନା । ଜରିପଡା ଗ୍ରାମ ପଞ୍ଚାୟତ ସରପଞ ଦିପୁନା ସାହୁ ବିଜେପି ନେତା ଦୀନବନ୍ଧୁ ସାହୁ. ତ୍ରିଲୋଚନ ସାହୁ ଙ୍କ ନେତୃତ୍ୱ ରେ ବିଜେପି କର୍ମୀ ମାନେ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରି ଚନ୍ଦନ ଙ୍କୁ ସ୍ୱାଗତ ସମ୍ବର୍ଦନା ଜଣାଇଛନ୍ତି । ବାଜା ବାଣ ଫୁଟାଇ ଶୋଭାଯାତ୍ରା ରେ ମାତୃ ବିହାର ପରିସର କୁ ପାଛୋଟି ନେଇଛନ୍ତି .
ମାତୃ ବିହାର ପରିସରରେ ଆଇନ ମନ୍ତ୍ରୀ ପହଞ୍ଚିବା ପରେ ଆଶ୍ରମ ପକ୍ଷରୁ ଆଶ୍ରମର ଅଧ୍ୟକ୍ଷ ସଂଜୟ କୁମାର ମହାପାତ୍ର ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ମନ୍ତ୍ରୀ ଙ୍କୁ ପାଛୋଟି ନେଇଛନ୍ତିଏହା ପରେ ଆଇନ ମନ୍ତ୍ରୀ ଶ୍ରୀ ହରି ଚନ୍ଦନ ମାଙ୍କ ସମାଧି ସ୍ଥଳକୁ ଯାଇ ପ୍ରଣିପାତ କରିଥିଲେ. ଏହା ପରେ ଆଶ୍ରମ ପରିସର ରେ ବେଶ କିଛି ସମୟ ଅତି ବାହିତ କରି ଫେରି ଯାଇଛନ୍ତି । ଏଥିପାଇଁ ଟାଙ୍ଗୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲ ।
No Result
View All Result