୧୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ନୂତନ ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ରବିବାର ରାତିରେ ସୋମପୁର ଗ୍ରାମରେ ଚାଲିଥିବା ବାଦିପାଲାରେ ଯୋଗ ଦେଇଥିଲେ ସେଠାରୁ ରାତି ୧୧ ସମୟରେ OD-O2CU-1227 ନମ୍ବର ଥିବା ନିଜ କାରେ ଘରକୁ ଫେରୁଥିବା ବେଳେ ଜଣେ ଅସାମାଜିକ ଯୁବକ ତାଙ୍କୁ ସୋମପୁର ଛକ ନିକଟରେ ଅଟକାଇ ଗାଳି ଗୁଲଜ କରିବା ସହିତ ତାଙ୍କ କାର ଉପରେ ଆକ୍ରମଣ କରିଥିଲେ ।
ବିଧାୟକ ଶ୍ରୀ ବେହେରା ଏସଂପର୍କରେ କିଶନନଗର ଥାନାକୁ ଟେଲିଫୋନ ଯୋଗେ ଜଣାଇବାରୁ ଥାନାର ଗାଡ଼ି ଆସି ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣ କରିଥିବା ଯୁବକକୁ ଥାନାକୁ ନେଇ ଅଟକ ରଖି ପଚରା ଉଚୁରା ଚଳାଇଛି । ରାଜନୈତିକ ଘଟଣାକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବା ସାଧାରଣରେ ଆଲୋଚନା ହେଉଛି ।















