ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) କଳାହାଣ୍ଡି :- ଆପଣ ଦେଖୁଥିଵେ ଏହି ବିକଳାଙ୍ଗ ବ୍ୟକ୍ତିଙ୍କୁ ଯାହାର ନାମ ଜତୀନ ସାହୁ, ଏହି ଦୃଶ୍ୟ ହେଉଛି ଆଜିକାଲି ନୁହେଁ ଏହା ହେଉଛି ପ୍ରାୟ ୨୫ ବର୍ଷ ର କଥା, ଏଭଳି ଏକ ଦୁଃଖକଷ୍ଟରେ ଜିବନ ଵିତଉଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡଵରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଶିଶାଖାଲ ଗ୍ରାମର ପିତାମ୍ବର ସାହୁ ଓ ପଦ୍ମାବତୀ ସାହୁ ଙ୍କ ପ୍ରଥମ ପୁଅ ଜିତୁ ସାହୁ ଜନ୍ମରୁ ଆଜକୁ ପ୍ରାୟ ୨୫ ବର୍ଷ ହେଲା ବିକଳାଙ୍ଗ ଅବସ୍ଥାରେ ପଡ଼ିରହିଵା ସହ ଘର ଭିତରେ ହିଁ ଗୁରୁଣ୍ଡି ଗୁରୁଣ୍ଡି ଯିବାଆସିବା କରୁଛନ୍ତି । ଯାହାଫଳରେ ଜିତ ସାହୁ ବାପା ମାଁ ଙ୍କର ଗୋଟେ ଵୋଝ ପାଳଟିଛି ।
ସରକାରଙ୍କ ସହାୟତା କହିଲେ କେବଳ ମାସକୁ ମିଳୁଥିବା ୫୦୦ ଟଙ୍କା ସହ ଚାଉଳ ୫ କିଲୋ ମିଳିଛି ଜିତୁ ସାହୁ ଙ୍କୁ , ନାଁ ମିଳିଛି ତାଙ୍କୁ ଗୋଟିଏ ପାଇଖାନା, ନାଁ ମିଳିଛି ତାଙ୍କୁ ଗୋଟିଏ ପ୍ରଧାନମନ୍ତ୍ରୀ ଆବାସ ଗୃହ କିମ୍ବା ବିଜୁ ପକ୍କା ଘର ଖଣ୍ଡେ । ପ୍ରକୃତ ହିତାଧିକାରୀ ମାନଙ୍କୁ ସରକାର ଦେଉଥିବା ପୁଳାପୁଳା ଯୋଜନା ଗୁଡିକ କାହିଁକି ପହଞ୍ଚି ପାରୁନାହିଁ ପ୍ରକୃତ ହିତାଧିକାରୀ ଙ୍କ ପାଖରେ।ତେବେ ଦିର୍ଘ ୨୫ ବର୍ଷ ହେଲା କାହିଁକି ମିଳିପାରୁନି ଏହି ଭଲି ଦୁଃଖଦୁର୍ଦଶା ରେ ରହୁଥିବା ଜିତୁ ସାହୁ ଙ୍କ ଜିବନରେ । ପ୍ରଧାନମନ୍ତ୍ରୀ ଆବାସ ଗୃହ କିମ୍ବା ବିଜୁ ପକ୍କା ଘର ଓ ପାଇଖାନା ଗୋଟିଏ ମିଳୁ ବୋଲି ଆମ ଗଣମାଧ୍ୟମ ପ୍ରତିନିଧି ଆଗରେ କହିଛନ୍ତି । (ରିପୋର୍ଟ – ଛାୟାକାନ୍ତ ନାଏକ)