No Result
View All Result
୧୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ପ୍ରକୃତ ଟିକେଟଧାରି ଯାତ୍ରୀଙ୍କୁ ସୁ’ସଙ୍ଗତ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଦ୍ୱାରା ଅନ୍ତର୍ନିହିତ ଟିକେଟ୍ ଯାଞ୍ଚ ଡ୍ରାଇଭ୍। ରେଲ୍ ମଦଦ ହେଲ୍ପ ଲାଇନ ନମ୍ବର ୧୩୯ ଦ୍ୱାରା ପାଇଥିବା ଯାତ୍ରୀଙ୍କ ଅଭିଯୋଗକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଣ୍ଡଳ କଣ୍ଟ୍ରୋଲ ଅଫିସରେ ୱାର ରୁମ୍ ଖୋଲା ଯାଇଛି । ଚାଲୁଥିବା ଗ୍ରୀଷ୍ମ ଏବଂ ଉତ୍ସବ ସମୟକୁ ଦୃଷ୍ଟିରେ ରଖି ସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଧାରକଙ୍କ ଯାତ୍ରାକୁ ରୋକିବା ପାଇଁ ଏବଂ ପ୍ରକୃତ ଟିକେଟ ଧାରି ଯାତ୍ରୀଙ୍କୁ ଆରାମ ଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ତୀବ୍ର ଟିକେଟ୍ ଯାଞ୍ଚ ଡ୍ରାଇଭ୍ ଆରମ୍ଭ କରାଯାଇଛି।

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଥିବା ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନରୁ ଯାଉଥିବା ସମସ୍ତ ଟ୍ରେନ୍ ଗୁଡ଼ିକ ବାଣିଜ୍ୟିକ ଅଧିକାରୀ, ଟିକେଟ୍ ଯାଞ୍ଚ କର୍ମଚାରୀ ଏବଂ ରେଳ ସୁରକ୍ଷା ବଳଙ୍କୁ ନେଇ ତିଆରି ହେଇଥିବା ଦଳ ଦ୍ୱାରା ଯାଞ୍ଚ କରାଯାଉଛି। ଯାତ୍ରୀମାନଙ୍କ ମଧ୍ୟରେ କେବଳ ଉପଯୁକ୍ତ ଟିକେଟ୍ ସହିତ ଯାତ୍ରା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଅନିୟମିତ ଏବଂ ବିନା ଟିକେଟ୍ ଧାରକମାନଙ୍କୁ ଟ୍ରେନ୍ ରୁ ଓହ୍ଲାଇ ଦିଆ ଯାଉଛି। ଏଵଂ ଜୋରିମାନା ମଧ୍ୟ ଆଦାୟ କରାଯାଉଛି। ଚାଲୁଥିବା ତୀବ୍ର ଟିକେଟ୍ ଯାଞ୍ଚ ଡ୍ରାଇଭ ଗୁଡିକର ଏକ ଅଂଶ ଭାବରେ ଖୋର୍ଦ୍ଧାରୋଡ଼ ମଣ୍ଡଳରେ ୧୫.୬.୨୦୨୪ ରେ ବାଣିଜ୍ୟିକ ଟିକେଟ୍ ଯାଞ୍ଚ ଏବଂ ଆରପିଏଫ୍ କର୍ମଚାରୀଙ୍କ ଦ୍ୱାରା ୨୮ ଟି ଟ୍ରେନ୍ ଯାଞ୍ଚ କରାଯାଇଛି।

ଅଣସଂରକ୍ଷିତ ଟିକେଟ୍ ଥିବା ମୋଟ ୬୩୫ ଯାତ୍ରୀଙ୍କୁ ସଂରକ୍ଷିତ କୋଚରୁ ଓହ୍ଲାଇ ଦିଆ ଯାଇଛି ଏବଂ ୩୫୬ ଜଣ ଯାତ୍ରୀଙ୍କ ଉପରେ ୧,୫୦,୮୮୦ ଟଙ୍କା ଜୋରିମାନା ଲାଗୁ କରାଯାଇଥି, ଲା।କେବଳ ଅନୁମତି ପ୍ରାପ୍ତ କୋଚରେ ପ୍ରାଧିକୃତ ଟିକେଟ୍ ସହିତ ଯାତ୍ରା କରିବା ପାଇଁ ସମସ୍ତ ରେଳ ଷ୍ଟେସନରେ ପି ଏ ସିଷ୍ଟମ ମାଧ୍ୟମରେ ନିୟମିତ ଘୋଷଣା କରାଯାଉଛି। ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ଙ୍କ ନିର୍ଦ୍ଦେଶରେ ଡିଭିଜନାଲ କଣ୍ଟ୍ରୋଲ ଅଫିସରେ ଯୁଦ୍ଧ କକ୍ଷ ସ୍ଥାପନ କରାଯାଇ ଯାତ୍ରୀଙ୍କ ଅଭିଯୋଗ ଉପରେ ନଜର ରଖାଯାଇଛି ।

ଏହି ଯୁଦ୍ଧ ପ୍ରକୋଷ୍ଠକୁ ସମସ୍ତ ବିଭାଗର ଅଧିକାରୀ ମାନେ ପ୍ରକୃତ ସମୟ ଭିତ୍ତିରେ ଗ୍ରହଣ କରାଯାଇଥିବା ଯାତ୍ରୀଙ୍କ ଅଭିଯୋଗର ସମାଧାନ ପାଇଁ ପରିଚାଳନା କରୁଛନ୍ତି। ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜ୍ଵା ସମସ୍ତ ରେଳ ବ୍ୟବହାରକାରୀଙ୍କୁ ନିଜ ତଥା ସାଥୀ ଯାତ୍ରୀମାନଙ୍କ ଟ୍ରେନ୍ ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧାକୁ ଏଡାଇବା ପାଇଁ ଉପଯୁକ୍ତ କୋଚରେ ଉପଯୁକ୍ତ ଟିକେଟ୍ ସହିତ ଯାତ୍ରା କରିବାକୁ ଅନୁରୋଧ କରିଛନ୍ତି। ଯାତ୍ରୀମାନେ ଟ୍ରେନ୍ ଯାତ୍ରା ସମୟରେ, କୌଣସି ପ୍ରକାର ଅସନ୍ତୋଷ ପରିବେଶ ଅନୁଭବ କଲେ, ରେଳ ମଦଦ ହେଲ୍ପ ଲାଇନ ନମ୍ବର ୧୩୯ ର ସାହାଯ୍ୟ ନେବାକୁ ଅନୁରୋଧ କରିଛନ୍ତି ।

No Result
View All Result