No Result
View All Result
୧୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ମଧ୍ୟାହ୍ନ ୨.୩୦ ମିନିଟ୍ ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ନିମାପଡ଼ା ଗସ୍ତରେ ଆସି ସରକାରୀ ସ୍ତରରେ ଥିବା କାର୍ଯ୍ୟ କୁ ତଦାରଖ କରିଥିଲେ।ସେ ପ୍ରଥମେ ନିମାପଡ଼ା ବ୍ଲକ୍ ଅନ୍ତର୍ଗତ ହରିଶପୁର ମହାବୀର ମନ୍ଦିର କୁ ଯାଇ ଅନୁଧ୍ୟାନ କରିବା ସହିତ କାଜିପାଟଣା ସ୍ଥିତ ନୂତନ ଭାବେ ପ୍ରତିଷ୍ଠିତ ହୋଇଥିବା ରାମ ମନ୍ଦିରକୁ ଯାଇ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।

ପରେ ନୂତନ ଭାବରେ ହେବାକୁ ଥିବା ଡବଲ ରୋଡ଼ ର ତଦାରଖ କରିଥିଲେ ଏବଂ ନିମାପଡ଼ା ମେଡିକାଲ୍ କୁ ଯାଇ ସେଠାକାର ସ୍ଥିତି ପରଖି ଥିଲେ। ଏବଂ ଆଗକୁ ଯେଉଁ ସବୁ ସୁବିଧା ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି କହିଥିଲେ।ପରେ ବିଷ୍ଣୁ ପୁର ରେ ତିନି ଦିନ ଧରି ଆୟୋଜିତ ହୋଇଆସୁଥିବା ରଜ ପର୍ବ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ।

ରଜ ପର୍ବ ଉତ୍ସବ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ସମସ୍ଥ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଷ୍ଣୁ ପୁର ପୂର୍ବତନ ବିଧାୟକ ତଥା ଆଜିକାର ବିଜେପି ନେତା ସମୀର ଦାଶ ଙ୍କ ଗ୍ରାମ ହୋଇଥିବାରୁ ଉପ ମୁଖ୍ୟମନ୍ତ୍ରୀ ଙ୍କ ସହିତ ସମୀର ଦାଶ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

No Result
View All Result