ଗରମରେ ଜନସାଧାରଣ ହନ୍ତସନ୍ତ
୧୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଟାଟା ବିଦ୍ୟୁତ ଶକ୍ତି ବଣ୍ଟନ କମ୍ପାନୀ ରାଜ୍ୟର ସମସ୍ତ ବିଦ୍ୟୁତ ଉପଭୋକ୍ତାମାନଙ୍କୁ ୨୪ଘଣ୍ଟିଆ ବିଦ୍ୟୁତ ଶକ୍ତି ଓ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ସହିତ ଚୁକ୍ତିନାମା କରିଅଛନ୍ତି . ବର୍ତ୍ତମାନ ରାଜ୍ୟର ସମସ୍ତ ଅଞ୍ଚଳରେ ତିନି ମାସ ଧରି ଅସହ୍ୟ ଗରମ, ଗୁଲୁମୁଳି ଅନୁଭୂତି ହେଉଅଛି . ଏସମୟରେ ପ୍ରଚଣ୍ଡ ରୌଦ୍ରତାପ ଓ ଗୁଲୁମୁଳିରେ ଲୋକମାନେ ହନ୍ତସନ୍ତ ହେଉଥିବାବେଳେ ଟାଟା ବିଦ୍ୟୁତ ବଣ୍ଟନ କମ୍ପାନୀ ଓ କର୍ମଚାରୀମାନଙ୍କ ମନମାନିରେ ଦିନ ଓ ରାତିରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ କରୁଅଛନ୍ତି .କୌଣସି ଝଡ଼, ବର୍ଷା ଓ ପବନ ନଥିଲେ ମଧ୍ୟ ବିଦ୍ୟୁତ କାଟ କରାଯାଉଅଛି . ଫଳରେ ଉପଭୋକ୍ତାମାନଙ୍କ ମନରେ ଦିନକୁ ଦିନ ଜନ ଅସନ୍ତୋଷ ଦେଖାଦେଇଛି . ତେଣୁ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଓ ବିଦ୍ୟୁତ ବିଭାଗର ଉଚ୍ଚ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଉପଭୋକ୍ତାମାନଙ୍କୁ ସାହାଯ୍ୟ କରିବାକୁ ଦୃଢ଼ ଦାବି ହେଉଅଛି . ଏସମ୍ପର୍କରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଫୋନରେ ମତାମତ ଜାଣିବା ଚାହିଁଲେ ତାଙ୍କାର ଫୋନ ୨୪ଘଣ୍ଟା ସୁଇଚ ଅଫ ରହୁଛି ଓ ସଠିକ ଉତ୍ତର ମିଳୁ ନାହିଁ .