No Result
View All Result
୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ଓଡ଼ିଶା ସାରା ଏବେ ବହୁ ଧୁମଧାମରେ ପାଳନ କରୁଛି ଗଣ ପର୍ବ ରଜ ପର୍ବ।ଏହି ଗଣ ପର୍ବ ରଜ କୁ ଓଡିଶାର ସବୁ ବର୍ଗର ସବୁ ଧର୍ମର ଲୋକମାନେ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି।ହେଲେ ଆଜିର ଆଧୁନିକତା ଯୁଗରେ ଫିକା ପଡିଛି ଏହି ପ୍ରାଚୀନ ସଂସ୍କୃତି ର ଭାଇଚାରାର ପର୍ବ ରଜ। ନାହିଁ ସେ ଭାଇଚାରା ନାହିଁ ସେ ମାଟି ର ବାସ୍ନା ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ କି ସେ ସ୍ନେହ ପ୍ରେମ୍ ର ନିଆରା ପରମ୍ପରା ସଂପୂର୍ଣ୍ଣ ଭାବରେ ଲୋପ ପାଇବାକୁ ବସିଥିବାବେଳେ। ପୁରୀ ଜିଲ୍ଲା ଏକ ଐତିହ କଳା ସଂସ୍କୃତିର ମାଟି ହୋଇଥିବା ହେତୁ ଏହି ମହାନ ଗଣ ପର୍ବ କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚେଷ୍ଟା ଚଳାଇଛି ପିପିଲି ର ଜାଗୃତି ଯୁବ ସଂଗଠନ ।

ଏହି କାର୍ଯ୍ୟକ୍ରମଟି ଜାଗୃତି ଯୁବ ସଂଗଠନ ର ସଭାପତି ଶ୍ରୀ ପ୍ରଭାତ କୁମାର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କରାଯାଇଥିଲା ଏବଂ ସମସ୍ତ ସଦସ୍ୟଙ୍କ ଏଥରେ ସଂପୂର୍ଣ୍ଣ ଭାବରେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ଟି ପିପିଲି ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବାବା ସୋମନାଥ ମହାଦେବ ଙ୍କ ପ୍ରାଙ୍ଗଣରେ। ପିପିଲି ଅଞ୍ଚଳର ୧୦୦ ରୁ ଊର୍ଦ୍ଧ୍ବ ଝିଅ ମାନଙ୍କୁ ନେଇ ଏହି ପର୍ବ ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଝିଅ ମାନେ ଦୋଳି ଖେଳିବା ସହିତ ମଜା କରି ନିଜ ନିଜ ଭିତରେ ଖୁସି ବାଣ୍ଟିଥିଲେ। ଜାଗୃତି ଯୁବ ସଂଗଠନ ତରଫରୁ ଝିଅ ମାନଙ୍କୁ ନେଇ ପୁଚି,ରଙ୍ଗୋଲି, ନୃତ୍ୟ ସାଧାରଣ ଜ୍ଞାନ ଜି,କେ ଓ ଦଉଡ଼ି ଡିଆଁ ଏକ ପ୍ରତିଯୋଗୀତା କରାଯାଇଥିଲା । ଏଥିରେ ପ୍ରାୟ ସମସ୍ତ ପ୍ରତିଯୋଗୀ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପିପିଲି ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀଯୁକ୍ତ ଦୀପକ୍ ଖଣ୍ଡାୟତ ରାୟ ଏବଂ ମଙ୍ଗୋଲି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ସେହିପରି ପୁରୀ ଜିଲ୍ଲା ର ସାଂସଦ ଶ୍ରୀଯୁକ୍ତ ସମ୍ବିତ୍ ପାତ୍ର ଏହି ଗଣ ପର୍ବ ରଜ କାର୍ଯ୍ୟକ୍ରମ ରେ ଯୋଗୋଦେଇ ସେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଏଭଳି ନିଆରା କାର୍ଯ୍ୟକ୍ରମ କରି ଆମର କଳା ସଂସ୍କୃତିକୁ ଉଜିବିତ କରି ରଖିବାକୁ ପ୍ରୟାସ କରିଥିବାରୁ ଜାଗୃତି ଯୁବ ସଂଗଠନ କୁ ପ୍ରଶଂସା କରିଥିଲେ। ଏବଂ ସେ କହିଥିଲେ ସେ ଖାଲି ପୁରୀ ଜିଲ୍ଲା ର ସାଂସଦ ନୁହଁନ୍ତି ସେ ପିପିଲି ଡେଲାଙ୍ଗ ଅଞ୍ଚଳର ସାଂସଦ ବୋଲି କହିଥିଲେ।

ଏବଂ ପିପିଲି ର ନବ ନିର୍ବାଚିତ ହୋଇଥିବା ବିଧାୟକ ଶ୍ରୀଯୁକ୍ତ ଆଶ୍ରୀତ ପଟ୍ଟନାୟକ ଙ୍କ ସହିତ ମିଶି କାମ କରିବେ ଓ ଏ ପିପିଲି ଡେଲାଙ୍ଗ ର ବିକାଶ ଦିଗକୁ ଆଗେଇ ନେବେ ବୋଲି ନିଜର ଅଭିଭାଷଣ ରେ କହିଥିଲେ।ସେହିପରି ଏଭଳି ନିଆରା କାର୍ଯ୍ୟକ୍ରମ କୁ ଦେଖିବାକୁ ଶହ ଶହ ସଂଖ୍ୟାରେ ଲୋକମାନେ ଯୋଗୋଦେଇଥିଲେ।ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ଏଭଳି କାର୍ଯ୍ୟକ୍ରମ ଜାଗୃତି ଯୁବ ସଂଗଠନ ଆୟୋଜନ କରିଥିବାରୁ ସେ ବହୁତ ଖୁସି ହୋଇଥିଲେ ଏବଂ କହିଥିଲେ ଯେ ଏହା ଦ୍ବାରା ଆମର ଅନ୍ତର୍ନିହିତ ଜ୍ଞାର ବିକଶିତ ହେଉଛି ଏବଂ ଏଭଳି କାର୍ଯ୍ୟକ୍ରମ ଜାଗୃତି ଯୁବ ସଂଗଠନ ଏମିତି ଆଗକୁ ଆୟୋଜନ କରୁ ବୋଲି କହିଥିଲେ।ପରେ ସମସ୍ତ ଉପସ୍ଥିତ ସାମ୍ବାଦିକ , କର୍ମକର୍ତ୍ତା ମାନଙ୍କୁ ସହଯୋଗ କରି ସଫଳ କରୁଥିବାରୁ ସଭାପତି ପ୍ରଭାତ କୁମାର ମହାପାତ୍ର ଧନ୍ୟବାଦ ଜଣାଇଥିଲେ।


No Result
View All Result