No Result
View All Result
୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଅନ୍ତର୍ଗତ ସଂପୁର ଗ୍ରାମର ପ୍ରସିଦ୍ଧ ରଜ ମହୋତ୍ସବ ଉଦଘାଟିତ ହୋଇଛି । ଏଥିରେ ଯୁବ ସମାଜସେବୀ ନିରଂଜନ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଜୟ କୁମାର ମହାପାତ୍ର, ବିଶିଷ୍ଟ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାପାତ୍ର, ଇଁ କର୍ପୂର ସାହୁ, ଯୁବ ସାମ୍ବାଦିକ ଦୀପକ୍ ପାହାଡ଼ ସିଂହ, ପ୍ରମେୟ ପ୍ରତିନିଧି ସତ୍ୟ ନାରାୟଣ ବାରିକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନମୋହନ ରାୟ, ଯୁବ ସମାଜସେବୀ ଅତୁଲ୍ୟ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ ମହୋତ୍ସବ ବୋଲି ଅତିଥି ମତ ପ୍ରକାଶ କରିଥିଲେ l
ରଜ ପର୍ବ ଏକ ଗଣ ପର୍ବ ସମସ୍ତ ଯୁବକ ଓ ପୁରୁଷମାନେ ଏହି ରଜ ପର୍ବରେ ଘର ମୁଁହା ହୋଇ ଘରକୁ ବାହୁଡ଼ିଥାନ୍ତି କାରଣ ଏହି ପର୍ବ ଭାଇଚାରାର ପର୍ବ ଭାବରେ ବେଶ ଜଣା ଶୁଣା ଏବଂ ଏହି ରଜ ପର୍ବ ନୂତନ ଚାଷ କାର୍ଯ୍ୟ ପାଇଁ ଶୁଭ ସଂକେତ ଦେଇଥାଏ ବୋଲି ସଂମ୍ମାନିତ ଅତିଥି ପ୍ରମେୟ ପ୍ରତିନିଧି ସତ୍ୟନାରାୟଣ ବାରିକ କହିଥିଲେ l ରଜ ପର୍ବରେ ସମସ୍ତ ମହିଳା ରାଜବତୀ ହୋଇ ନୂତନ ପୋଷାକ ପିନ୍ଧି ଏକାଠି ମିଳିମିଶି ବିଭିନ୍ନ ବ୍ୟଞ୍ଜନ ଖାଇବା ସହିତ ନନା ଖେଳ ଖେଳିଥାନ୍ତି l
ଏହି ରଜ ପର୍ବ ସଂସ୍କୃତି ଓ ପରମ୍ପରା ଏତିହ୍ୟ ସୃଷ୍ଟି କରେ ବୋଲି ଅତିଥି ଦୀପକ କୁମାର ପାହାଡ଼ସିଂହ କହିଥିଲେ l ବୋଲଗଡ ବ୍ଲକରେ ରଜ 4 ଦିନ ପାଳନ କରାଯାଉଥିବା ବେଳେ ସଂପୁର ଗ୍ରାମରେ ଏହି ପର୍ବ କୁ 7 ଦିନ ଧରି ପାଳନ କରାଯିବା ସହିତ 7 ଦିନ ପର୍ଯ୍ୟନ୍ତ ମଧ୍ୟ ସଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ l ପରିଶେଷରେ ସଂପୁର ରଜ ପଡିଆଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ l ଏହି କାର୍ଯ୍ୟକ୍ରମକୁ ରଘୁନାଥ ପ୍ରଧାନ, ପ୍ରଶାନ୍ତ, ବିକୁ, ନଣ୍ଡା, ଚିନୁ, ମିଟୁ ପିନୁ, ରାଜା, ବିକାଶ ପ୍ରମୁଖ ସହଯୋଗ କରି ପରିଚାଳନା କରିଥିଲେ l
No Result
View All Result