No Result
View All Result
ତାମିଲ କଣ୍ଟାକ୍ଟର ଲକ୍ଷ୍ମୀବସର ଠିକା ନେଇଥିଲେ ।
୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଉ ଦେଖିବାକୁ ମିଳୁ ନାହିଁ ଲକ୍ଷ୍ମୀବସ । ମରିଚିକାରେ ଓଡିଶା ଗ୍ରମିଣ ଯୋଜନାରେ ଲକ୍ଷ୍ମୀବସ । ପ୍ରତ୍ୟେକ ବ୍ଳକକୁ ପଡିଥିବା ଲକ୍ଷ୍ମୀବସ ହଠାତ୍ ରାତିଅଧିଆ ଗାୟବ ହୋଇଯିବା ଚର୍ଚ୍ଚାର ବିଁଷୟ ପାଲଟିଛି । ଜଣେ ତାମିଲ କଣ୍ଟାକ୍ଟର ଲକ୍ଷ୍ମୀବସର ଠିକା ନେଇଥିଲେ । ସରକାର ଭାଙ୍ଗିବା ଜାଣି ଲକ୍ଷ୍ମୀବସ ସବୁକୁ ଗାୟବ କରାଯାଇଛି । ୫- ଟି ଭାଙ୍ଗିଲା ପରେ ଲକ୍ଷ୍ମୀବସ୍ ଯୋଜନା ମଧ୍ୟ ଶିତଳ ଭଣ୍ଡାରକୁ ଚାଲିଯାଇଥିଲା ।

ଏବେ ନୂଆ ସରକାର ଆସିଲେ ଲକ୍ଷ୍ମୀବସର ଅସଲ ରହସ୍ୟ ଜଣାପଡିବ । ଖାଲି ସେତିକି ନୁହେଁ କୋଟିକୋଟି ଟଙ୍କାର ବିଜ୍ଞାପନ ପାଇଥିବା ଗଣମାଧ୍ୟମ ମଧ୍ୟ ଚିନ୍ତାରେ ଅଛନ୍ତି । ଲକ୍ଷ୍ମୀବସ୍ ଓଡିଶାର ଲୋକସଂପର୍କ ବିଭାଗ ମାଧ୍ୟମରେ ବିଜ୍ଞାପନ ଦେଇଥିଲେ ମଧ୍ୟ ବିଲ୍ କୁ ଘରୋଇ ସଂସ୍ଥା ପୈଠ କରିବାର ସର୍ତ ଥିଲା । ତେଣୁ ଏବେ ଏହି କୋଟି କୋଟି ଟଙ୍କା ଗଣମାଧ୍ୟମକୁ କିଏ ଦେବ ତାହା ଭାଳେଣି ପଡିଲାଣି ।

No Result
View All Result