୧୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡା/ନୟା଼ହାଟ :-> ଆଜି ସକାଳ ୭ ଟା ସମୟରେ ନୟାହାଟ ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ଯେ ଆଜି ପହିଲି ରଜ ହୋଇଥିବା ବେଳେ ପ୍ରତ୍ୟେକ ସପ୍ତାହରେ ପାନୁଆ ମାନେ ପାନ ବିକ୍ରୀ କରିବାପାଇଁ ପିପିଲି ଅଭିମୁଖେ ଯାତ୍ରା କରୁଥିବାବେଳେ କୈାଣସି କାରଣରୁ ପାନ ବୋଝେଇ ଗାଡ଼ିଟି ନିଜର ଭାରସାମ୍ୟ ହରାଇ ଜଗନ୍ନାଥପୁର ନିକଟରେ ଓଲଟି ପଡିଥିଲା ।

ପ୍ରତ୍ୟକ୍ଷ ଦର୍ଶୀ କହିବା କଥାଯେ ଗାଡ଼ିଟି ଦ୍ରୁତ ବେଗରେ ଆସୁଥିବା କାରଣରୁ ଏଭଳି ମର୍ମନ୍ତୁଦ ଦ୍ରୃର୍ଘଟଣା ଘଟିଛି ।ଗାଡ଼ିରେ ଥିବା ସମସ୍ତେ ରାସ୍ତା ରେ ଛିଟିକି ପଡି ପ୍ରାୟ ୧୦/ ୧୨ ଜଣ ଆହାତ ହୋଇ ଚାରିଛକ ମେଡିକାଲ କୁ ସ୍ଥାନୀୟ ଲୋକମାନଙ୍କ ଦ୍ବାରା ସ୍ଥାନାନ୍ତରିତ ହୋଇଥିବା ବେଳେ ଘଟଣା ସ୍ଥଳରେ ୨ ଜଣକର ପ୍ରାଣବାୟୁ ଉଡି ଯାଇଛି । ମୃତ୍ୟୁ ବ୍ୟକ୍ତି ଦୁଇ ଜଣଙ୍କର ପରିଚୟ ମିଳିଛି। ଶରତ ସାହୁ ( ୫୫) ଗଜେନ୍ଦ୍ର ସ୍ବାଇଁ (୫୨) ବୋଲି ଜଣାପଡିଛି। ଏଭଳି ଏକ ଅଭାବନୀୟ ଘଟଣା ସେ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି କରିଛି।
















