No Result
View All Result
୧୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଗଜପତି ଜିଲ୍ଲା ଆର,ଉଦୟଗିରି ଗ୍ରାମ ଶିବପୀଠରେ ଉତ୍ସବ ମୁଖର ହୋଇଉଠିଥିଲା । ଗ୍ରାମର ଉଦୟନାଥ ମନ୍ଦିର ପରିସରରେ ମନ୍ଦିରରେ ଶୀତଳ ଷଷ୍ଠୀ ଅବସରରେ ପାର୍ବତୀ ଏବଂ ମହାଦେବ ଶିବଙ୍କ ବିବାହ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଥିଲା । ମନ୍ଦିର ପ୍ରଶାସନ ତଥା ଗ୍ରାମବାସୀ ପକ୍ଷରୁ ମନ୍ଦିରର ଚତୁଃପାର୍ଶ୍ବରେ ସୁନ୍ଦର ତୋରାଣ, ଲିଚୁମାଳ ଫୁଲରେ ସଜାଯାଇଥିଲା । ମନ୍ଦିର ପରିସରରେ ନାମକାତ୍ତିନ, ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମହାଦେବଙ୍କ ବରପିତା ମୃତ୍ୟୁଞ୍ଜୟ ରାଜେନ୍ଦ୍ର ପାତ୍ର ଏବଂ କନ୍ୟା ପିତା ସଞ୍ଜୟ କୁମାର ପଣ୍ଡା ଉପସ୍ଥିତ ରହି ବୈଦିକ ସକାଳେ ଦେବ ଦମ୍ପତୀଙ୍କ ନିର୍ବନ୍ଧ, ଗୁଆ ଅନୁକୁଳ, ନିମନ୍ତଣ, ବାଟବରଣ, ବିବାହ, ହାତଗଣ୍ଠି, କଉଡିଖେଳ ସାଙ୍ଗକୁ ବେଦୀ ଶିତଳାଇବା କାର୍ଯ୍ୟ ରିତିନିତି ଅନୁସାରେ ପାନୁସାରେ ପାଳିତ ହୋଇଥିଲା । ଶିବ ବିହାର ଉତ୍ସବରେ ବରକନ୍ୟା ପକ୍ଷରୁ ବେଦୀରେ ବାହାଘର ବନ୍ଧାଣ ସାଙ୍ଗକୁ ନୁତନ ବସ୍ତ୍ର ଅଦଳ ବଦଳ କାର୍ଯ୍ୟକ୍ରମ ସଂପୂଣ୍ଣ ହୋଇଥିଲା । ସୋମବାର ଦିନ ସକାଳୁ ମହାଦେବଙ୍କ ମୃତ୍ୟୁଞ୍ଜୟ ମନ୍ତ୍ରରେ ଅଭିକ୍ଷେକ କରାଯାଇଥିଲା । ହସ୍ତଗଣ୍ଠି ସମୟରେ ଘଣ୍ଟ, ଡୋଲ, ମୁର୍ଦୁଙ୍ଗ,ଗିନି ଓ ହୁଳହୁଳି ଧ୍ବିିନିରେ ମନ୍ଦିର ପରିସର ଉତ୍ସବ ମୁଖର ହୋଇ ଉଠିଥିଲା । ଏହି ବିବାହକୁ ମୁଖ୍ୟ ପୁରୋହିତ ଗୌରଚନ୍ଦ୍ର ମିଶ୍ର, ନିତୃଇ ମିଶ୍ର, ମିହିରି ଦାସ, ଦିଲିପି ମିଶ୍ର ଓ ରଞ୍ଜନ ମିଶ୍ର ବିବାହ ସଂପୂଣ୍ଣ କରିଥିଲେ ।

ମଙ୍ଗଳବାର ସନ୍ଧ୍ୟାରେ ବରପକ୍ଷରୁ ନଗର ପରିକ୍ରମା କରାଯାଇଥିଲା । ବରଯାତ୍ରୀରେ ନଗର ପରିକ୍ରମା ସମୟରେ ଧୁମ୍ ଧଡାକା ଲୋକଙ୍କୁ ବେଶ ମନରଞ୍ଜନ ଦେଇଥିବା ବେଳେ ଶିବ ପାର୍ବତୀଙ୍କ ବିବାହ ସମୟରେ ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନଙ୍କ ପାଇଁ ସାସ୍କୃତିକ ଭତପ୍ରଲାଦ ନାଚ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ଦେଖିବାକୁ ଗ୍ରାମ ଏବଂ ପାଖଅଞ୍ଚଳରୁ ହଜାର ହଜାର ଉକ୍ତ ଭିଡ ଜମିବା ସହ ବାବା ଉଦୟନାଥ ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ତାହାସହ ଉଦୟନାଥ ବାହାଘରରେ ମଜା ଉଠାଇଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମର ସମସ୍ତ ଯୁବଗୋଷ୍ଠୀ, ଯୁବତୀ ଏବଂ ମା ମାନେ ଏକତ୍ରିତ ହୋଇ ସୁନ୍ଦର ରୁପେ ପରିଚାଳନା କରିଥିଲେ । ପ୍ରବଳ ଝଡ ବର୍ଷାରେ ଶିବ ପାର୍ବତୀ ଜୁଗଳ ମୃତ୍ତି ନଗରପରିକ୍ରମା କରିଥିଲେ ।

No Result
View All Result