୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ସବୁଦିନ ପରି ଆଜି ସକାଳ ଘ.୮.୦୦ ଟିକା ରେ ରଥ ଖଳା ଠାରେ ତିନିରଥ ର ନିର୍ମାଣକାରୀ ସେବକ ମାନେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ରଥ ନିର୍ମାଣ ଅଗ୍ରଗତି
(ଗତକାଲି ସୁଦ୍ଧା ତିନି ରଥର ପାଞ୍ଚ ଦଣ୍ଡା ଏବଂ ଦୁଇଟି ଲେଖାଏଁ ଗରଗରା ର ଚଉପଟ କାର୍ଯ୍ୟ ଶେଷ ହୋଇଥିଲା…)
ତିନି ରଥର ସମସ୍ତ ଅଖ ରେ ଚକ ସଂଯୋଗ ଶେଷ
*ଆଜି ପୂର୍ବାହ୍ନରେ ତିନିରଥ ଅଖ ଗୁଡିକରେ ଚକ ସଂଯୋଗ କାର୍ଯ୍ୟ ତିନି ରଥର ମୁଖ୍ୟ ମହାରଣା ଙ୍କ ଉପସ୍ଥିତିରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥ ଭୋଇ ସେବକ ମାନେ ତିନି ରଥ ର ଅଖ ଗୁଡିକରେ ଚକ ସଂଯୋଗ କାର୍ଯ୍ୟ ସମ୍ପନ୍ନ କରିଛନ୍ତି।
*ଏଥିସହ ଆଜି ତିନି ରଥର ଚାରିନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, (ଗତକାଲି ଚଉପଟ ଶେଷ ହୋଇଥିବା ଚାରି ନାହାକା ରୁ ଗୋଟିକର ଆଠ କିଣି ସଂଶ ମାରା କାର୍ଯ୍ୟ ଶେଷ ହୋଇଥିଲା ଆଜି ତିନି ରଥର ଆଉ ତିନୋଟି ଲେଖାଏଁ ଚଉପଟ ନାହାକାର ଅଷ୍ଟ କୋଣି ଆଁଶ ମାରା କାର୍ଯ୍ୟ ଶେଷ ହୋଇ ଚାରୀନାହାକା
ନିର୍ମାଣ କାର୍ଯ୍ୟ ଶେଷ ହୋଇଛି
*ଆଜି ରଥ ଅମୀନ, ଭୋଇ ସେବକଙ୍କ ସହାୟତାରେ ତିନି ରଥ ଚାଳି କୁ ତିନି ରଥର ଚାର ପରିଛା, ଧୁଳିଦଣ୍ଡା ଏବଂ ଢ଼ମକ ନିର୍ମାଣ ପାଇଁ ତିନୋଟି ଲେଖାଏଁ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ, ଯାହାକି ତିନି ରଥର ମହାରଣା ସେବକ ମାନେ ସେଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି।
*ତିନି ରଥର ପାଞ୍ଚ ଦଣ୍ଡା ଚଉପଟ ସହ ଦୁଇ ପାର୍ଶ୍ଵ ସାଲ କାର୍ଯ୍ୟ ଶେଷ ହୋଇ ତିନି ରଥର ପାର୍ଶ୍ଵ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
*ରୂପକାର ସେବକ ମାନେ ତିନି ରଥର ୩୩ଗୋଟି କୋଣ ଗୁଜରେ ରୂପ ଖୋଦେଇ ଶେଷ କରି ତିନି ରଥର ବେଦୀ ସିଂହାସନ ମୁହାଁଟି ରେ ଦୁଇ ପାର୍ଶ୍ଵରେ ମତ୍ସ୍ୟ ଥାଇ ପୂର୍ଣ୍ଣ କୁମ୍ଭ, ମୟୂର ଏବଂ ଡ଼ାଳୀ ଲତା ଚିତ୍ର ଖୋଦେଇ ଜାରୀ ରଖିଛନ୍ତି।
*କରତୀ ସେବକ ମାନେ ନନ୍ଦି ଘୋଷ ରଥର ପୋଲ ଗୟଳ ଚିରଟ ଶେଷ କରି ଆଜି ଦର୍ପ ଦଳନ ରଥର ୪୦ ଫୁଟିଆ ପୋଲ ଗୟଳ କାଠ ର ଗୋଟିଏ ପାର୍ଶ୍ଵ ବାରିଶୀ ରେ ହାଣି ସମତଳ କାର୍ଯ୍ୟ ଶେଷ କରିଛନ୍ତି, ଆଉ ଗୋଟିଏ ପାର୍ଶ୍ଵ ସମତଳ କାର୍ଯ୍ୟ ପରେ ଦର୍ପ ଦଳନ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଆରମ୍ଭ ହେବ ।
*ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ତିନି ଏଥର ଓଝା ସେବକ ମାନେ ତିନି ରଥର ଅଖ.. ଦଣ୍ଡା ସଂଯୋଗ ପାଇଁ ଘଡ଼ି ମୁଁହ କଣ୍ଟା, ପୋଖରୀଆ କଣ୍ଟା ଓ ଗରାଗରା କଣ୍ଟା ନିର୍ମାଣ ଶେଷ କରି ଭୂଇଁ, ଚାରପରିଛା ପାଇଁ ବିଡିଆ କଣ୍ଟା ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି, ଏଥିସହ ଆଜି ତାଳଧ୍ଵଜ ରଥର ଦ୍ଵାରବେଢ଼ା ପାଇଁ ୪ଗୋଟି ଧ୍ୱଜବତା କଣ୍ଟା ନିର୍ମାଣ ଶେଷ କରିଛନ୍ତି।
ତା୧୧.୬.୨୦୨୪,ମଙ୍ଗଳବାର ରଥଖଳା :
ରଥ ନିର୍ମାଣ କାର୍ଯ୍ୟ ୩୨ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନିରଥ କମାର ସେବକ – ୧୭ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ତିନିରଥ ରୂପକାର ସେବକ – ୨୧ *ରଥଖଳା ସହାୟକ(ପାନିବାଲା) ୧ ମୋଟ – ୨୦୨ ଜଣ
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)