ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ସୋନାଲି (୦୬ ଅଗଷ୍ଟ ଗୁରୁବାର) ରଣପୁର,ଚାନ୍ଦପୁର :- ରାଜ୍ୟ ଆୟୁକ୍ତ ଶ୍ରୀଯୁକ୍ତ ଅନିଲ କୁମାର ସାମଲ ନୟାଗଡ଼ ଗ୍ରସ୍ତ କରି ପୂର୍ବାହ୍ନ ୧୦ .୩୦ ମି ସମୟରେ ନୟାଗଡ଼ ର ଚାନ୍ଦପୁର କୋଭିଡି ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥା ର ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ଙ୍କ ଉପସ୍ଥିତି ରେ ହସ୍ପିଟାଲ ରେ ରହୁଥିବା ରୋଗୀ ମାନଙ୍କୁ ଦୈନିକ ଦିଆଯାଉଥିବା ଖାଦ୍ୟ , ପାନୀୟ ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ସମ୍ପର୍କ ରେ ଶ୍ରୀ ସାମଲ ପଚାରି ବୁଝିଥିଲେ ।
ଏଥି ସହିତ ହସ୍ପିଟାଲ ର ସମସ୍ତ ୱାର୍ଡ ବୁଲି ଦେଖିବା ସହିତ ସମସ୍ତ ବ୍ୟବସ୍ଥା ର ସମୀକ୍ଷା କରିଥିଲେ । ହସ୍ପିଟାଲ ରେ ଆଇସିୟୁ ୱାର୍ଡ କୁ ଯାଇ ଭେଣ୍ଟିଲେଟର୍ ର ସହ ଅନ୍ୟାନ୍ୟ ସୁବିଧା ଉପରେ ସନ୍ତୋଷ ପ୍ରକାଶ କରିଥିଲେ । ପରେ ପରେ ଦୈନିକ କେତେ କୋଭିଡି ରୋଗୀ ଙ୍କ ର ଟେଷ୍ଟ କରାଯାଉଛି ଏବଂ କେତେ ଗୋଟି ଆମ୍ବୁଲାନ୍ସ ଗାଡି କାର୍ଯ୍ୟରତ ରହିଛି ସେ ସମ୍ପର୍କ ରେ ମଧ୍ୟ ପଚାରି ବୁଝିଥିଲେ ।
ଏହି କାର୍ଯ୍ୟକ୍ରମ ରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ସୁବସ ଚନ୍ଦ୍ର ରାୟ , ରଣପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ପଞ୍ଚାନନ ପଟନାୟକ , ଚାନ୍ଦପୁର କୋଭିଡି ହସ୍ପିଟାଲ ଅଧିକ୍ଷକ ଡା. ବି ସୂର୍ଯ୍ୟ ରାଓ , ସମ୍ ହସ୍ପିଟାଲରୁ ଆସିଥିବା ସମସ୍ତ ଡାକ୍ତରୀ ଦଳ ପ୍ରମୁଖ ଉପସ୍ଥିତ ଥିଲେ ।