ନୟାଗଡ (ଓଡିଶା ତାଜା ନିଉଜ୍) ରଣପୁର ସୋନୁ :– ରଣପୁର ବ୍ଲକ ପରିସରରେ ଥିବା ସଭାଗୃହରେ ପଚାଂୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ରଶ୍ମୀରେଖାଦାସ , ପଚାଂୟତ ସମିତି ଅଧକ୍ଷା ନିରୁପମା ପ୍ରଧାନ , ଗୋପାଳପୁର ଜିଲ୍ଲାପରିଷଦ ସଭ୍ୟ ଲୁନାଡୋକା ଛୋଟରାୟ , ସୁନାଖଳା ଜିଲ୍ଲାପରିଷଦ ସଭ୍ୟ ଭୁବନେଶ୍ୱରୀ ସାହୁ , ସାଂସଦକ ପ୍ରତିନିଧି ପ୍ରଭାତ ଦଳବେହେରା , କିଶୋର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ସାଧାରଣତଃ ସମିତି ବୈଠକ ୨ ମାସରେ ଥରେ ଅନୁଷ୍ଠିତ ହେବାର ନିୟମ ଥିବାବେଳେ ୪ ମାସରେ ପରେ ବୈଠକ ହେବାରୁ ହଟଗୋଳ ସୃଷ୍ଟି ହୋଇଥିଲା । ଗୋଟିଏ ବୈଠକ ପରେ ୭ ଦିନ ମଧ୍ୟରେ ରେଜୁଲେସନ କପି ପ୍ରଦାନ ପାଇଁ ନିୟମ ଥିବାବେଳେ ଗତ ବୈଠକର ରେଜୁଲେସନ ୪ଦିନ ତଳେ ସରପଚଂ ଓ ସମିତିସଭ୍ୟ ମାନଙ୍କୁ ପ୍ରଦାନ କରା ଯାଇଥିବାରୁ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବ୍ଲକରେ ଗଢା ହୋଇଥିବା ଉନ୍ନୟନ କମିଟି ଦଳିୟ ଭିତିିରେ ଗଠନ ହୋଇଥିବାରୁ ସଭାରେ ହଟଗୋଳ ହୋଇଥିଲା । ତେଣୁ ସେହି କମିଟି ପରିବର୍ତେ ଏକ ନୂତନ କମିଟି ଗଠନ ପାଇଁ ବିଡିଓ ପ୍ରତିଶୃତି ଦେଇଥିଲେ । ସଭା କାର୍ଯ୍ୟ ସଭା ଗୃହରେ ଚାଲିଲାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗକରି ଶତାଧିକ ବ୍ୟକ୍ତି ବିଡିଓ ଙ୍କୁ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଇଥିଲେ । କିନ୍ତୁ ଏହି ସମୟରେ ବିଡିଓ ସଭାଗୃହରେ ସମିତି ବୈଠକରେ ଉପସ୍ଥିତ ଥିବାରୁ ଏହି ହିତାଧିକାରୀ ମାନେ ସମିତି ବୈଠକ ଗୃହରେ ଧସେଇ ପଶି ପାଟିତୁଣ୍ଡ କରିଥିଲେ । ସେହିଭଳି ପଚାଂୟତ ସମିତି ବୈଠକ କୁ ସମସ୍ତ ପଚାଂୟତର ସମିତି ସଭ୍ୟ ଓ ସରପଚଂଙ୍କୁ ଚିଠି ଦିଆ ଯାଇ ଥିବାବେଳେ ବ୍ଲକ ଉପାଧକ୍ଷ ପ୍ରଶାନ୍ତ ନାୟକଙ୍କୁ ଏହି ବୈଠକକୁ ଡକାଯାଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିବା ଜଣାଯାଇଛି ।