ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) କଳାହାଣ୍ଡି :- କରୋନା ସଂକ୍ରମଣର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା ପଞ୍ଚାୟତକୁ ୬୮ଘଣ୍ଟା ଯାଏଁ ସଟ ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଂଚ କାନ୍ତି ପାତ୍ର । ପଞ୍ଚାୟତ ଅଫିସ୍ ପକ୍ଷରୁ ପତ୍ର ସଂଖ୍ୟା ୪୭ରେ ଉଲ୍ଲେଖ ରହିଛି ଯେ ଅଗଷ୍ଟ ୫ ତାରିଖ ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ଶନିବାର ସକାଳ ୮ ଘଣ୍ଟା ପର୍ଯ୍ୟନ୍ତ କମର୍ଦ୍ଧା ପଞ୍ଚାୟତକୁ ସଟ ଡାଉନ୍ ଘୋଷଣା କରାଗଲା ।
କେବଳ ଜରୁରୀ ସ୍ଵାସ୍ଥ୍ୟ ସେବା ଓ କ୍ଷୀର ଦୋକାନକୁ ଛାଡି ସମସ୍ତ ଦୋକାନ, ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ନୋଟିସ ଜାରି କରାଯାଇଛି । ଏହା ସହ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା ପଞ୍ଚାୟତ ବାସୀଙ୍କୁ ନିର୍ଦ୍ଦେଶ ମୁତାବକ କୋଭିଡ ନିୟମ ପାଳନ କରି ଘରେ ସୁରକ୍ଷିତରେ ରହିବାକୁ ନିବେଦନ କରିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ)