୦୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଚଳିତ ଶିକ୍ଷାବର୍ଷରେ ରାଜସୁନାଖଳା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରେ ଆୟୋଜିତ ସଂକୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳାରେ କାର୍ଯ୍ୟରତ ଗୁରୁଜୀ ଗୁରୁମାଙ୍କ ସେବା ପାଇଁ 7 ଜଣ ସେବିକାମାନଙ୍କୁ ସ୍ୱଚ୍ଛତା, ସ୍ନାନ ଓ ଶୌଚ, ରୋଷେଇ କାର୍ଯ୍ୟରେ ସହଯୋଗ କରି, ମା” ଯେପରି ସନ୍ତାନ ପାଇଁ ରୁଚିକର ଖାଦ୍ୟ ପ୍ରସ୍ତୁତି କରିଥାଏ.ସେହିପରି କାର୍ଯ୍ୟଶାଳାରେ ବେଶ ରୁଚିକର ଖାଦ୍ୟ ପ୍ରସ୍ତୁତି କରିଥିଲେ !

.ବିଦ୍ୟାଳୟରେ ମଧ୍ୟ ଶିଶୁଙ୍କୁ ସେବା ଯୋଗାଇ ସମସ୍ତ ଅଭିଭାବକଙ୍କ ପିୟ ଭାଜନ ହୋଇଛନ୍ତି ସମସ୍ତ ସେବିକା ଭଉଣୀମାନେ.ଏ ସବୁକଥାକୁ ଦୃଷ୍ଟିରେ ରଖି ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ତରାସ, ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ସାନନ୍ଦ କୁମାର ସାହୁ ଓ ସମସ୍ତ ଗୁରୁଜୀ ଗୁରୁମାଙ୍କ ଉପସ୍ଥିତିରେ ସେବିକା ଭଉଣୀମାନେ ପ୍ରଦୀପ ପ୍ରଜ୍ୟୋଳନ କରି କାର୍ଯ୍ୟକୁ ଆଗେଇ ନେଇଥିଲେ.!ମଞ୍ଚାସିନ ଅତିଥି ଗଣ ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକ, ଉପ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ,

ଶ୍ରୀଯୁକ୍ତ କବିକେତନ ଗୌରଚରଣ ସାମନ୍ତସିଂହାର ଓ ସମସ୍ତ ସେବିକା ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ଫୁଲ, ଚନ୍ଦନଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ.! ଗୁରୁମାଙ୍କ ହୁଳହୁଳିରେ ପ୍ରକମ୍ପିତ ପରିବେଶରେ ସେବିକାଙ୍କ ଉତ୍ସାହ ମଧ୍ୟରେ ଆନନ୍ଦର ଅଶ୍ରୁ ପ୍ରତୀତ ହେଉଥିଲା.! ଉକ୍ତ କାର୍ଯ୍ୟକ୍ରମରେ ସହ ସମ୍ପାଦକ ଯଦୁନ୍ନାଥ ପ୍ରସାଦ ସାମନ୍ତରାୟ, କୋଷାଧକ୍ଷ ମାନସ କୁମାର ସାହୁ, ସଦସ୍ୟା ସସ୍ମିତା ମହାପାତ୍ର ଓ ରିତାଞ୍ଜଳୀ ସେଠି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇ ଥିଲେ l















