• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ “କୀର୍ତ୍ତିକିରୀଟ କୃଷ୍ଣଚନ୍ଦ୍ର ଗଜପତି” ପୁସ୍ତକ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
June 10, 2024
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ “କୀର୍ତ୍ତିକିରୀଟ କୃଷ୍ଣଚନ୍ଦ୍ର ଗଜପତି” ପୁସ୍ତକ ଲୋକାର୍ପଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
Share on FacebookShare on TwitterWhatsapp

୦୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରାଜଦାଣ୍ଡ ସାହି ସ୍ଥିତ ବିଶ୍ଵନାଥ ଫଙ୍କସନ ହଲ ସମ୍ମିଳନୀ କକ୍ଷ ଠାରେ ଆଜି ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ସିଦ୍ଧାନ୍ତ” ପକ୍ଷରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ନିର୍ମାତା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଆତ୍ମଜୀବନୀ ଓ ସାମଗ୍ରିକ କୃତୀ ଉପରେ ଆଧାରିତ “କୀର୍ତ୍ତିକିରୀଟ କୃଷ୍ଣଚନ୍ଦ୍ର ଗଜପତି ପୁସ୍ତକ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର , ସମୀକ୍ଷକ ଓ ସାହିତ୍ୟିକ ମାନଙ୍କ ଦ୍ଵାରା ଲୋକାର୍ପିତ ହେବା ସହ ଏକ ସ୍ବତନ୍ତ୍ର ସାରସ୍ଵତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ପୁସ୍ତକ ଲୋକାର୍ପଣ ସମାରୋହ କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ ଅନ୍ନପୂର୍ଣ୍ଣା ଦେବୀଙ୍କ ସଭାପତିତ୍ବରେ ଉଦଘାଟକ ଭାବେ ଗଜପତି ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଯୋଗ ଦେଇ ପାରଳା ମହାରାଜାଙ୍କ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ପ୍ରତି ରହିଥିବା ଅବଦାନ ସମ୍ପର୍କରେ କହିଥିଲେ ।

ସେହିଭଳି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ଓ ସମୀକ୍ଷକ ଶ୍ରୀ ଦାଶ ବେନହୁର ଯୋଗଦେଇ କୀର୍ତ୍ତିକିରୀଟ କୃଷ୍ଣଚନ୍ଦ୍ର ଗଜପତି ପୁସ୍ତକର ଲେଖକ ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଦୀର୍ଘମୟ ସାଧନା ବଳରେ ରଚନା ହୋଇଥିବା ପୁସ୍ତକ ଓ ତାଙ୍କୁ ଭୂୟସୀ ପ୍ରଶଂସା କରି ଏହି ପୁସ୍ତକ ଏକ ଶୁଦ୍ଧ ଓ ପ୍ରାମାଣିକ ଗ୍ରନ୍ଥ ଏବଂ ଏହି ପୁସ୍ତକକୁ ଓଡ଼ିଆ ଜାତି ଏହାକୁ ମୁଣ୍ଡାଇ ଧରିବା ଉଚିତ୍ । ଭାଷାଭିତ୍ତିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ସର୍ବାଗ୍ରେ । ଓଡ଼ିଶାର ସମସ୍ତ ରୂପରେଖ ପ୍ରସ୍ତୁତ କରି ସେ ଗର୍ବ ଓ ଗୌରବର ବାନା ଉଡ଼ାଇଥିଲେ । ଓଡ଼ିଶାର ଜନ ଜୀବନରେ ଅବଦାନ ପୂର୍ଣ୍ଣ ଏହି ଯୁଗଜନ୍ମାଙ୍କୁ ସମ୍ପୂର୍ଣ ଭାବେ ଅବହେଳିତ କରାଯାଇଛି । ଏହାକୁ ସମ୍ପୂର୍ଣ ଭାବେ ଜନାଦୃତ କରିବା ପାଇଁ ଏହାଙ୍କ ଉପରେ ସାରା ଓଡ଼ିଶାରେ ଡିବେଟ ହେବା ଉଚିତ୍ ଏବଂ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଏ ସମ୍ପର୍କରେ ପ୍ରବେଶ କରାଯିବା ଉପରେ ଯୁକ୍ତି ବାଢ଼ି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଶାସକ ଭାବେ ଜଣେ ଚମତ୍କାର ଓ ଆଦର୍ଶ ବ୍ୟକ୍ତିତ୍ଵ ଥିଲେ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୁସ୍ତକର ଲେଖକ ତଥା ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଭୁବନେଶ୍ୱର ବିଜେବି: ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ଶୁଭ୍ରାଂଶୁ କୁମାର ବେହେରା ଏବଂ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ଶ୍ରୀ ଅସିତ୍ କୁମାର ମହାନ୍ତି ପ୍ରମୁଖ ମଞ୍ଚାସିନ ତଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଆତ୍ମଜୀବନୀ ଓ କୀର୍ତ୍ତି କୃତିତ୍ଵର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଭାଷାଭିତ୍ତିକ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ କହିଥିଲେ ।ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ମନସ୍ମିତା ପାତ୍ର ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ବରେ ଓଡ଼ିଶୀ ନୃତ୍ୟଶିଳ୍ପୀ ତନୀଷା ବେବର୍ତ୍ତା ଓଡ଼ିଶୀ ନୃତ୍ୟ ଓ କୁଚିପୁଡି ନୃତ୍ୟଶିଳ୍ପୀ ବାଲିକାନା ଖାନ୍ସିକାଙ୍କ ଦ୍ଵାରା କୁଚିପୁଡ଼ି ନୃତ୍ୟ ପରିବେଷଣ କରା ଯାଇଥିଲା ।କାର୍ଯ୍ୟକ୍ରମରେ ପୁରୀ ସିଂହାରୀ ଶ୍ୟାମସୁନ୍ଦର ଘରାନାର ସଙ୍ଗୀତ ବିଶାରଦ ତଥା ଜିଲ୍ଲା ପଶୁସମ୍ପଦ ବିଭାଗର ଉପନିର୍ଦ୍ଦେଶକ ଡ଼ାଃ ବିଧ୍ୱତ ଶେଖର ମିଶ୍ର ଏବଂ ଜୟପୁର ଆକାଶବାଣୀ\’ର ସ୍ଵୀକୃତିପ୍ରାପ୍ତ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଜିଲ୍ଲା ମହିଳା ଓ ଶିଶୁ ବିଭାଗର ଅନୁବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ବି: କୋମଳାଙ୍ଗିଙ୍କ ଦୈତ କଣ୍ଠରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ମଞ୍ଚାସିନ ଅତିଥି ମାନଙ୍କୁ ସ୍ମାରକୀ ପ୍ରଦାନ କରିଥିଲେ ଅନୁଷ୍ଠାନର ଶ୍ରୀମତୀ ଆଶାଲତା ପାଣିଗ୍ରାହୀ ଏବଂ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ । ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଶ୍ରୀମତୀ ଆଶାଲଟା ପାଣିଗ୍ରାହୀ ।ସମସ୍ତ କାର୍ଯ୍ୟକ୍ରମକୁ “ସିଦ୍ଧାନ୍ତ” ସାହିତ୍ୟ ଅନୁଷ୍ଠାନର ଶ୍ରୀ ଭାରତ ଭୂଷଣ ମହାନ୍ତି , ହିରାଚାନ୍ଦ୍ ପଟନାୟକ , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀ ଶରତ ସାହୁ , ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ଏବଂ ଶ୍ରୀ ବିଷ୍ଣୁ ପଣ୍ଡା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

October 4, 2026
ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version