୦୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସକାଳ ଘ.୮.୦୦ ଟିକା ସମୟ ରେ ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

ରଥ ନିର୍ମାଣ ଅଗ୍ରଗତି
(ଗତକାଲି ସୁଦ୍ଧା ତିନି ରଥର ୪୨ ଚକ ନିର୍ମାଣ ଶେଷ ହୋଇ, ତିନି ରଥର ପାଞ୍ଚ ଦଣ୍ଡା ଚଉପଟ ସହ ଚାରି ନାହାକା ନିର୍ମାଣ ପାଇଁ ରଥ ଚାଲିରେ କାଠ ପଡ଼ିଥିଲା)

ପରମ୍ପରା ପ୍ରକାରେ ସ୍ନାନ ପୂର୍ଣ୍ଣିମାକୁ ତିନି ରଥର ଚକ.ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ଚାରି ନାହାକା ଉଠିଥାଏ…ଏଣୁ ଏହି ପରମ୍ପରାକୁ ଦୃଷ୍ଟିରେ ରଖି ରଥ ନିର୍ମାଣକାରୀ ସେବକ ମାନେ ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରିଛନ୍ତି

(ତିନି ରଥର ତିନିଭୂଇଁ ନିର୍ମାଣ ପାଇଁ ୧୨ଲେଖାଏଁ ଭୂଇଁଚଉତା କାଠର ବିନ୍ଧ କାର୍ଯ୍ୟ ଶେଷ)
*ତିନି ରଥର ପାଞ୍ଚ ଦଣ୍ଡାରୁ ୪ ଗୋଟି ଦଣ୍ଡାର ଚଉପଟ ଶେଷ ହୋଇ ପଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ, ଏଥିସହ ତିନି ରଥର ପାର୍ଶ୍ଵ ଦଣ୍ଡାର ଚଉପଟ କାର୍ଯ୍ୟ ମଧ୍ୟ ଆରମ୍ଭ। ହୋଇଛି।

ଏଥିସହ ତିନିରଥ ର ୨୦ ଫୁଟିଆ ଦୁଇଟି ଗରଗରା ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚାରି ନାହାକା ନିର୍ମାଣ ପାଇଁ ଗତ କାଲି ପ୍ରଥମ ପର୍ଯ୍ୟାୟରେ ତିନିରଥ ଚାଳିକୁ ରଥ ଅମୀନ ଦୁଇଟି ଲେଖାଏଁ ୨୦ ଫିଟିଆ ଧଉରା କାଠ ଯୋଗାଇ ଥିଲେ,ଆଜି ତିନି ରଥ ଚାଳି କୁ ରଥ ଅମୀନ ଭୋଇ ସେବକଙ୍କ ସହାୟତାରେ ଆଉ ଦୁଇଟି ଲେଖାଏଁ ନାହାକା କାଠ ଯୋଗାଇ ଛନ୍ତି,

ଉକ୍ତ ନାହାକା ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀ ରହିଛି, ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଯୋଗାଇ ଦିଆ ଯାଇଥିବା ନହାକା କାଠର ମୋଟେଇ ଅଧିକ ଥିବାରୁ ଚଉପଟ ପାଇଁ ନିର୍ମାଣ କାରୀ ସେବକ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡୁଛି ।

*ରୂପକାର ସେବକ ମାନେ ତିନି ରଥର କୋଣ ଗୁଜରେ ରେ ସିଂହ ବିରାଳ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଏବଂ ରୂପ ପଲିସ କାର୍ଯ୍ୟ ଜାରୀ ରଖି ଛନ୍ତି ।
*କରତୀ ସେବକ ମାନେ ଆଜି ଅଧିକ ଲମ୍ବ ଥିବା ଚରୀଗୋଟି ନାହାକା କାଠ ଗଡ କରୀ ଯୋଗାଇବା ସହ, ନନ୍ଦି ଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି।
*ପାହି ମହାରଣା ଦୋଳବେଦି ଠାରେ ଅଣସର ତଥା ରଥ ଯାତ୍ରା ରେ ସେବା ନୀତି ନିମନ୍ତେ କାଠ ନିର୍ମିତ ସରଞ୍ଜାମ ନିର୍ମାଣ କରୁଛନ୍ତି, ଏଥିରେ ତୁମ୍ବ ବିନ୍ଧ କାରୀଗର ସହାୟତା କରିବା ସହ ଶ୍ରୀମନ୍ଦିର କର୍ମଚାରୀ ଶ୍ରୀ ବସନ୍ତ ମହାରଣା ଙ୍କ ତତ୍ତ୍ୱାବଧାନରେ ଉକ୍ତ ସରଞ୍ଜାମ ପ୍ରସ୍ତୁତ ଚାଲିଛି । ଅଣସର ନୀତି ପାଇଁ ସୁଧ ସୁଆରଙ୍କ ନିମନ୍ତେ ୪ ଗୋଟି ବଡ ପିଢ଼ା ଏବଂ ସେବା ନୀତି ପାଇଁ ସାମନ୍ତ ପୂଜା ପଣ୍ଡା ସେବକ ଙ୍କ ନିମନ୍ତେ କୁରୁମ ପିଢ଼ା ୪ ଗୋଟି ନିର୍ମାଣ କରି ଫୁଲ ଚାଙ୍ଗଡ଼ା ପ୍ରେମ ପ୍ରସ୍ତୁତ କରିଛନ୍ତ ।
*ଦୋଳବେଦୀ ଅସ୍ଥାୟୀ କମାର ଶଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଶେଷ କଲାପରେ ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

ତା୯.୬.୨୨୪ରିଖ,ରବିବାର ରଥଖଳା :
ରଥ ନିର୍ମାଣ କାର୍ଯ୍ୟ ୩୦ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥ ମହାରଣା ସେବକ – ୭୮ *ତିନି ରଥ ଭୋଇ ସେବକ – ୭୭ *ତିନି ରଥ କରତୀ ସେବକ – ୪ *ତିନି ରଥ କମାର ସେବକ – ୧୭ *ତିନି ରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) ୧ ମୋଟ – ୨୦୨ ଜଣ.
(ଦେବୀ ପ୍ରସନ୍ନ ଗାଙ୍ଗୁଲି, ଫଟୋ ସାମ୍ବାଦିକ, ପୁରୀ)















