ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) ଗଜପତିଜିଲ୍ଲା :- ଗଜପତିଜିଲ୍ଲା ଅନ୍ତର୍ଗତଓଡ଼ିଶା – ଆନ୍ଧ୍ରପ୍ରଦେଶ ସୀମା କେରାଣ୍ଡି ପଞ୍ଚାୟତର ଢାମୁଣିଗାଁ ନାକା ପଏଣ୍ଟର ଭାଙ୍ଗି ପଡିଲା ଲୁହାଗେଟ, ଅଳ୍ପକେ ବର୍ତ୍ତିଲେ ନାକା ପଏଣ୍ଟରେ କାର୍ଯ୍ୟରତ କର୍ମଚାରୀ, ସୂଚନା ଯୋଗ୍ୟ ଏହି କି ଯେ,କିଛି ମାସ ତଳେ ଲକଡାଉନ ସମୟରେ ତିଆରି ହୋଇଥିବା ଏହି ଲୁହାଗେଟଟି ହଟାତ ଭାଙ୍ଗି ପଡିଥିଲା,
କାର୍ଯ୍ୟ ନିମ୍ନ ମାନର ହୋଇ ଥିବା ଯୋଗୁଁ ଗେଟଟି ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି ଏହାର ତଦନ୍ତ କରି ନିମ୍ନ ଧରଣର କାର୍ଯ୍ୟ କରିଥିବା ବିଭାଗ ଓଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି l (ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)