No Result
View All Result
୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାର ରୋଗୀ କଲ୍ୟାଣ ସମିତି ସଭାଗୃହ ଠାରେ ଜାଗୃତି ପ୍ରୋଜେକ୍ଟ (ମମତା ଏଚ ଆଇ ଏମ ସି) ତରଫରୁ ପୋଷଣ ବଗିଚାର ଉପକାରିତା ଉପରେ ପୋଷଣ ରକ୍ଷକ ମାନଙ୍କୁ ନେଇ ଏକ ଦିବସୀୟ ତାମିଲ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିହାର ରୁ ଆସିଥିବା ଆର୍ ଏମ୍ ପ୍ରଣବ କୁମାର ମୂଖ୍ୟ ଅତିଥି, ନୂଆଦିଲ୍ଲୀ ରୁ ଆସିଥିବା ଆର ଏମ୍ ଆଦିତ୍ୟ ଭରଦ୍ୱାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ପୋଷଣ ବଗିଚାର ଲାଭ ଉପକାରିତା ସମ୍ପର୍କରେ ଏବଂ ସବୁଜ ପନିପରିବା ନିଜ ବାଡିବଗିଚା ରେ କିପରି ଲଗାଇବା ଜୈବିକ ସାର ପ୍ରୟୋଗ କରି ବିଭିନ୍ନ ପ୍ରକାରର ଶାଗ, ଟମାଟୋ, ବାଇଗଣ, କରଲା, ସିମ୍ବ ଆଉ ବିଭିନ୍ନ ପ୍ରକାରର ପନିପରିବା ବିନା ଖର୍ଚ୍ଚରେ ନିଜ ବାଡି ବଗିଚାରେ ଲଗାଇବାକୁ ପରାମର୍ଶ ଦେଇଥିଲେ । ଜୈବିକ ପ୍ରଣାଳୀ ରେ ପନିପରିବା ଜାତିୟ ଖାଦ୍ୟ ଛୋଟ ଶିଶୁ ଙ୍କ ଠାରୁ ସମସ୍ତ ବର୍ଗର ଲୋକଙ୍କୁ ଅଧିକ ମାତ୍ରାରେ ପୁଷ୍ଟିସାର ମିଳିଥାଏ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ ।
ଏହି ବୈଠକରେ ପାଟଣାଗଡ଼ ବ୍ଳକ ର ୩୦ଟି ପଞ୍ଚାୟତର ପ୍ରାୟ ୭୦ ଜଣ ଝିଅ ମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଡିସି ଜାଗୃତି ପ୍ରୋଜେକ୍ଟ ଏଚ ଆଇଏମସି ବେଞ୍ଜାମିନ ନାଏକ ସ୍ବାଗତ ଭାଷଣ ଦେବା ସହ ପରିଚାଳନା କରିଥିଲେ । ଅନୁଷ୍ଠାନର ପବିତ୍ର ରଣା, ସୁନୀତା ପଶାୟତ, ସ୍ନିଗ୍ଧା ମେହେର, ଅଗାଧୁ ବେହେରା ପ୍ରମୁଖ ସହଯୋଗ କରିଥିଲେ। ସୁରେଶ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।


No Result
View All Result