No Result
View All Result
୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :->ପୁରୀ ଜିଲ୍ଲା ସ୍ବେଛାସେବୀ ସଙ୍ଗଠନ ସାମୁଖ୍ୟ ଦି ବେଲ ଇୟୁଥ ଫୋରମ୍ ତରଫରୁ ପୁରୀ ଜିଲ୍ଲା ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ଓ ବୃତ୍ତି ଗତ ଜୀବନ ବିକାଶ ପାଇଁ ସ୍ଥାନୀୟ ଆୟୁର୍ବେଦିକ ସମ୍ମିଳନୀ କକ୍ଷ ଠାରେ ଦିନିକିଆ କର୍ମଶାଳା ଆୟୋଜିତ ହୋଇ ଯାଇଛି। କର୍ମଶାଳାକୁ ପୁରୀ ଆୟୁର୍ବେଦିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡଃ ଅରୁଣ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ। ସି ଏଚ ଆର୍ ଡି କୋ- ଫାଉଣ୍ଡର ଡଃ ଅଜିତ କର ଓମ୍ସ ଇନ୍ଦୁ ଭୂଷଣ ମହାପାତ୍ର ଆଇଡେଣ୍ଟିଟି ଗ୍ରୁପର ସଂସ୍ଥାପକ ଯଶୋବନ୍ତ ନାରାୟଣ ସିଙ୍ଘଲ ପ୍ରଶିକ୍ଷକ ଭାବେ ଯୋଗଦାନ କରିଥିଲେ।
ଏସ୍ ଏମ୍ ସି ପ୍ରବନ୍ଧକ ରୁଚିମିତ୍ରା ଜଗଦେବ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଦି ବେଲ ର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ଉପାଧ୍ୟକ୍ଷ ସୁକାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ପୁରୀ ଜିଲ୍ଲାର ବିଭିନ୍ନ ଶିକ୍ଷା ଅନୁଷ୍ଠାନର ୧୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କର୍ମଶାଳାରେ ଯୋଗଦେଇ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଦି ବେଲ ୟୁଥ ଫୋରମର ପ୍ରୀତି ପ୍ରିୟଦର୍ଶିନୀ ରାୟ, ଅର୍ପିତା ନାୟକ, ଆଦ୍ୟାଶା କାନୁନ୍ଗୋ, ମନିଦୀପା ସାହୁ, ଓମ୍ ପ୍ରକାଶ ତ୍ରିପାଠୀ, ଓଁ ପ୍ରସାଦ ମହାନ୍ତି ପରିଚାଳନା କରିଥିଲେ।

No Result
View All Result