୦୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଝାରସୁଗୁଡ଼ା :-> ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ବିଜେଡି ନେତା ଭି.କେ.ପାଣ୍ଡିଆନ୍ଙ୍କ ଫଟୋ ଥିବା ପୋଷ୍ଟରଗୁଡ଼ିକ ରାସ୍ତାପାର୍ଶ୍ବରେ ଲାଗିଥିବା ଦେଖିବାକୁ ମିଳିଛି । କେଉଁ ପୋଷ୍ଟରରେ ଓଡ଼ିଆରେ ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’ ବୋଲି ଉଲ୍ଲେଖ କରାଯାଇଛି
ତ’ ଆଉ କେଉଁଥିରେ ହିନ୍ଦୀରେ ‘ଭାଜପା କୀ ବିଜୟ କେ ସୂତ୍ରଧାର ପାଣ୍ଡୁ ଧନ୍ୟବାଦ’ ବୋଲି ଲେଖାଯାଇଛି । କେବଳ ଗୋଟିଏ ସ୍ଥାନରେ ଲାଗିଥିବା ପୋଷ୍ଟର ତଳେ ‘ସଞ୍ଜୁ ପଣ୍ଡିତ’ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟ ପୋଷ୍ଟରଗୁଡ଼ିକରେ ଏହି ଧନ୍ୟବାଦ ବାର୍ତ୍ତା ଜଣାଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଉଲ୍ଲେଖ ନାହିଁ ।