No Result
View All Result
୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାପୁଟ :-> କୋରାପୁଟ ଲୋକସଭା କ୍ଷେତ୍ରରେ ଥିବା ସମସ୍ତ ୭ ଗୋଟି ଆସନରୁ କ୍ଷମତା ସୀନ ବିଜୁଜନତା ଦଳ ମୂଳପୋଛ ହୋଇ ଯାଇଥିବା ଜଣାପଡ଼ିଛି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ କ୍ଷେତ୍ରରେ କୋରାପୁଟ ଜିଲାରେ ଥିବା ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ମାନେ ଜୟ ଯୁକ୍ତ ୩ ଟିରେ ବିଜୟୀ ହୋଇଥିବା ବେଳେ ପ୍ରଥମ କରି ବିଜେପି ଖାତା ଖୋଲି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ଆସନରେ ବାଜିମାତ୍ କରିଛି । କଂଗ୍ରେସ ଲକ୍ଷ୍ମୀପୁର , ଜୟପୁର ଓ ଲକ୍ଷ୍ମୀପୁର ଆସନକୁ ହାତେଇ ଥିବା ବେଳେ କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ବିଜେପି ପ୍ରାର୍ଥୀ ଜୟ ଯୁକ୍ତ ହୋଇଛନ୍ତି ।
ଲକ୍ଷ୍ମୀପୁରରେ କଂଗ୍ରେସର ପବିତ୍ର ସାଉନ୍ତା ଜିତିଥିବା ବେଳେ , ପଟ୍ଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରେ ରାମଚନ୍ଦ୍ର କାଡାମ ଓ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ତାରା ପ୍ରସାଦ ବାହିନୀପତି ବିଜୟ ଲାଭ କରିଛନ୍ତି । ସେହିପରି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ବିଜେପି ଅକ୍ତିଆର କରିଛି । ଏଠାରୁ ବିଜେପି ପ୍ରାର୍ଥୀ ରଘୁରାମ ମାଛ ଜିତିଛନ୍ତି । ସେହିପରି ରାୟଗଡା ଜିଲାରେ ଥିବା ୩ ଟି ଆସନ ଯାହା ବିଜେଡି ହାତରେ ଥିଲା ତାହା ଖସିଯାଇଛି । ଏହି ଜିଲ୍ଲାରେ ଥିବା ବିଷମକଟକ ଆସନରେ ନୀଳ ମାଧବ ହିକକା ଜିତିଥିବା ବେଳେ ଗୁଣୁପୁର ଆସନରେ କଂଗ୍ରେସର ସତ୍ଯଜିତ୍ ଗମାଙ୍ଗ ଓ ରାୟଗଡା ଆସନରେ କଂଗ୍ରେସର ଆପଲ ସ୍ବାମୀ କାର୍ଡାକା ବିଜୟୀ ହୋଇଛନ୍ତି ।
ତେବେ କୋରାପୁଟ ଲୋକସଭା କ୍ଷେତ୍ରରେ ସାତଟି ଆସନରୁ ଗତ ନିର୍ବ ଚନରେ କଂଗ୍ରେସର ତାରାପ୍ରସାଦ ବାହିନୀ କେବଳ ଜୟପୁର ଆସନରୁ ଜିତିଥିବା ବେଳେ ଅନ୍ୟ ୬ ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମାନେ ଜିତିଥିଲେ , କିନ୍ତୁ ୨୦୨୪ ନିର୍ବାଚନରେ ମୂଳପୋଛ ହୋଇ ଯାଇଥିବା ବେଳେ କଂଗ୍ରେସ ଅଧିକ ୫ ଟି ଆସନ ଜିତି ୬ ପହଞ୍ଚି ଥିଲା ବେଳେ ବିଜେପି ପ୍ରଥମ ଥର କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀରେ ବାଜିମାତ୍ କରି ଖାତା ଖୋଲିବାରେ ସକ୍ଷମ ହୋଇଛି ।
ତେବେ କୋରାପୁଟ ଲୋକସଭା କ୍ଷେତ୍ରରେ ବିଜେଡିର ଯେଉଁ ମାନେ ପ୍ରାର୍ଥୀ ମାନେ ପରାଜୟ ବରଣ କରନ୍ତି ସେମାନେ ହେଲେ ଲକ୍ଷ୍ମୀପୁରରେ ୨୦୧୯ ରେ ବିଧାୟକ ଓ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ପ୍ରଭୁ ଜାନୀ , କୋରାପୁଟରୁ ବିଧାୟକ ଥିବା ରଘୁରାମ ପାଡାଲ , ପଟ୍ଟାଙ୍ଗୀ ବିଧାନସଭା ଆସନରେ ପ୍ରଫୁଲ ପାଙ୍ଗୀ , ଜୟପୁରରେ ପୁର୍ବତ୍ତନ ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ , ରାୟଗଡ଼ାରେ ଅନୁସୟା ମାଝି , ଓ ଗୁଣୁପୁର ରଘୁନାଥ ଗମାଙ୍ଗ,ଆଦିବାସୀ ଊନ୍ନୟନ ଓ ଆଇନ୍ ମନ୍ତ୍ରୀ ଥିବା ବିଷମକଟକର ଜଗନ୍ନାଥ ସାରକା ପରାଜୟ ଭରଣ କରିଛନ୍ତି ।
ସେହିପରି କୋରାପୁଟ ଜିଲ୍ଲା ରେ ଥାଇ ନବରଙ୍ଗପୁର ଲୋକସଭା ଅଧିନରେ ଥିବା କୋଟପାଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ମାଝିଙ୍କୁ ହରାଇ ବିଜେପି ପ୍ରାର୍ଥୀ ରୁପୁ ଭତ୍ରା ନିର୍ବାଚନ ହୋଇଛନ୍ତି । କହିବାକୁ ଗଲେ ପ୍ରଥମ ଥର କୋରାପୁଟ ଜିଲ୍ଲାରେ ବିଜେପି ଦୁଇଟି ଆସନ ପାଇ ଡଙ୍ଗର ଭୂଇଁ ରେ ପଦ୍ମ ଫୁଟାଇବାକୁ ସକ୍ଷମ ହୋଇଛନ୍ତି । ସେହିପରି ତାରାପ୍ରସାଦ ବାହିନୀ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ହାଟ୍ରିକ୍ କରି ରେକର୍ଡ ସୃଷ୍ଟି କରିଛନ୍ତି ।
No Result
View All Result