ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) ବାଲେଶ୍ୱର ,ଜଳେଶ୍ୱର :- ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକର ସନ୍ତୋଷପୁର ର ଝିଅ ସୀମି କରଣ ପ୍ରକାଶ ପାଇଥିବା ପ୍ରଶାସନିକ ସେବା ପରୀକ୍ଷା ରେ ସର୍ଵ ଭାରତୀୟ ସ୍ତରରେ 31 ରାଙ୍କ ହାସଲ କରିଛନ୍ତି । UPSC -2019ର ପରୀକ୍ଷା ଫଳ ରେ ଓଡିଶା ର ବହୁ ପ୍ରତିଯୋଗୀ ସଫଳ ହାସଲ କରି ଓଡିଶା ପାଇଁ ଗର୍ବ ଆଣିଥିବା ବେଳେ ଏଥିରେ ନୂଆ ବିରଳ ରେକର୍ଡ କରିଛନ୍ତି ସୀମି କରଣ । କୁହାଯାଏ କଠିନ ପରିଶ୍ରମ ଆଉ ନିଷ୍ଠା ଆଗରେ ସବୁକିଛି ହାର ମାନେ ।
ସୀମି ଙ୍କ ବୟସ ମାତ୍ର 22 lସେ ଇଞ୍ଜିନିଅରିଂ ପରେ ପ୍ରଥମ ଚେଷ୍ଟା ରେ ଆଇଏଏସ ହେଇପାରିଛନ୍ତି । UPSC ରାଙ୍କ ରେ 31ରଖି ଓଡିଶା ପାଇଁ ଗର୍ବ ଆଣିଛନ୍ତି । ବାପା ଦେବେନ୍ଦ୍ର ନାଥ କରଣ ଭିଲାଇ ଷ୍ଟିଲ ପ୍ଲାଣ୍ଟର ଫାଇନାନ୍ସ ମ୍ୟାନେଜର.ଏବଂ ଓ ମା ସୁଜାତା କରଣ ଜଣେ ଶିକ୍ଷୟିତ୍ରୀ । ବାପା ଭିଲାଇ ରେ କାର୍ଯ୍ୟ କରୁଥିବାରୁ ସୀମି ଙ୍କ ପାଠପଢା ଭିଲାଇ ରେ ହେଇଛି ।
ଜଳେଶ୍ୱରର ମାନ୍ୟବର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ରାଜଘାଟର ଜୀବନସାଥୀ ସଂଗଠନର ସଭାପତି ଓ ଯୁବ ସମାଜସେବୀ ଦୀପ୍ତିମାନ ପତି ସୀମି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏପରି ବିରଳ ସଫଳତାରେ ସାରା ଓଡିଶା ରେ ଓ ବାଲେଶ୍ୱର ଜିଲ୍ଲାର ସୀମି ଙ୍କ ପାଇଁ ଖୁସି ର ଲହରୀ ଖେଳି ଯାଇଛି । ପ୍ରାଥମିକ ଭାବରେ ଗରିବ ଓ ଆଦିବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା କଥା କହିଛନ୍ତି । (ଦୀପ୍ତିମାନ ପତି)