୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ଗାଁ :-> ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ବଡ଼ପୁଟ ଛକରେ ବିଜେଡ଼ି ଓ ବିଜେପି କର୍ମୀଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ପରେ ମାଡ଼ପିଟ ହୋଇ ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ଏନେଇ ଶରଣକୁଳ ଥାନାରେ ପୃଥକ ଭାବେ ଦୁଇଟି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ, ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନୟାଗଡ଼ ଜିଲ୍ଲାରେ ୧୪୪ଧାରା ଜାରି କରିଥିଲେ। ଗତକାଲି ସନ୍ଧ୍ୟାରେ ୧୪୪ ଧାରା ଉଠିବା ପରେ ଆଜି ଶରଣକୁଳ ଥାନା ନିକଟସ୍ଥ ବଡ଼ପୁଟ ଛକରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।

ପଞ୍ଚିରିଡ଼ା ମାନପୁର ଗ୍ରାମର ଦିଲିପ କୁମାର ସେନାପତି ସାଙ୍ଗରେ ନିଜ ପୁଅ ଝିଅଙ୍କୁ ନେଇ ବଡ଼ପୁଟ ଛକରେ ଚା ପିଉଥିବା ସମୟରେ ବଡ଼ପୁଟ ଗ୍ରାମର ରାଜନ ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ ଓ ଉଦିୟ ସ୍ବାଇଁଙ୍କ ପୁଅ ପଙ୍ଗଜ ସ୍ବାଇଁ ହଠାତ୍ ଆସି ଗାଳିଗୁଲଜ କରିଥିଲେ। ତୁ ବିଜେପି ଦଳର ଲୋକ ଆମ ଛକକୁ ଆସି ପାରିବୁ ନାହିଁ ବୋଲି ରୋକ୍ ଠୋକ୍ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ପଙ୍କଜ ଦିଲିପକୁ ଧରିଥିବା ସମୟରେ ସନ୍ତୋଷ ପାଖରେ ଥିବା ଚେୟାରରେ ଆକ୍ରମଣ କରିଥିଲେ। ଦୁଇ ଜଣଙ୍କୁ ଦିଲିପ ଯେତେ ନେହୁରା ହୋଇଥିଲେ ମଧ୍ୟ ଦୁହେଁ କିଛି ନ ଶୁଣି ମାଡ଼ ମାରି ମୁଣ୍ତ ଫଟାଇ ଦେଇଥିଲେ।















