୦୬ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଓଡ଼ିଆ ପରମ୍ପରା ଅନୁଯାୟୀ ଆଜିର ଦିନରେ ବ୍ରତ ରଖିଥାନ୍ତି ସଧବା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାରାଦିନ ଉପବାସ ରଖିଥାନ୍ତି ପତ୍ନୀ । ସ୍ୱାମୀଙ୍କ ପାଇଁ ଦିନ ଟିଏ ପାଳନ କରନ୍ତି ସ୍ତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ଏହାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିର, ଚଉଁରା ମୂଳରେ ଏବଂ ଠାକୁର ଘରେ ଚଳଚଞ୍ଚଳ ହୋଇ ପୂଜାର୍ଚ୍ଚନା କରି ବ୍ରତୋତ୍ସବ ସହ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ବାସ୍ତବରେ ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ ।















