୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅଧୀନରେ ବନ ପାହାଡ଼ ଘେରା ଆଦିବାସୀ ଅଧୁଷିତ ଦୁର୍ଗମ ଉପାନ୍ତ ନଦୀମୁଠା ଅଞ୍ଚଳ ଏବେ ଅବହେଳିତ ହୋଇ ରହିଛି। ବିକାଶ ଏମାନଙ୍କ ପାଇଁ ସାତସପନ ପାଲଟିଛି. ସମସ୍ତ ପ୍ରକାର ଜରୁରୀ ପରିସ୍ଥିତି ବେଳେ ଏହି ଅଞ୍ଚଳବାସୀ ଅକଥନୀୟ ଦୁଃଖ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ କରିଛନ୍ତି. ଏହି ଅଞ୍ଚଳରେ ଅନେକ ସ୍ଥାନରେ ମୋବାଇଲ୍ ଟାଓ୍ବାର ସ୍ଥାପନ କରାଯାଇଛି। ହେଲେ ସେଗୁଡିକ କାର୍ଯ୍ୟକ୍ଷମ କରୁନାହିଁ. ବସବାସ କରୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ବାରମ୍ବାର ପ୍ରଶାସନ ନିକଟରେ ମୋବାଇଲ୍ ଟାୱାର କାର୍ଯ୍ୟକ୍ଷମ କରିବା ନିମନ୍ତେ ଦାବି କରି ଆସୁଥୁଲେ ମଧ୍ୟ ପ୍ରଶାସନ କଣ୍ଠପାତ କରୁନଥୁବା ଅଭିଯୋଗ ହେଉଛି ।
ଫଳରେ ଅଞ୍ଚଳବାସୀ ଜରୁରୀ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଜରୁରୀ ପରିସ୍ଥିତିରେ ପୁଲିସ ଅଗ୍ନିଶମ ବିଭାଗ କିମ୍ବା ଆମ୍ବୁଲାନ୍ସ ସେବା ପାଇବାକୁ ହେଲେ ଯୋଗାଯୋଗ କଲେ ମଧ୍ୟ ତାହା ସମ୍ଭବ ହେଉନାହିଁ । ଅଧିକାଂଶ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେଉଥିବା ବେଳେ ସାଧାରଣତଃ ଲୋକେ ବହୁଳ ଭାବେ ମୋବାଇଲ୍ ବ୍ୟବହାର କରୁଛନ୍ତି । ଏହି ଆଦିବାସୀ ଅଧୁଷିତ ଦୁର୍ଗମ ଉପାନ୍ତ ଅଞ୍ଚଳରେ ଅନେକ ସ୍ଥାନରେ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି କିନ୍ତୁ, କାର୍ଯ୍ୟକ୍ଷମ ହେଉନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢ଼ିଛି ।














