ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଶ୍ରୀ ବିଷ୍ଣୁ ପଦ ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ଡ. ରାମକୃଷ୍ଣ ସାହୁ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ଅନନ୍ତ ବିଜୟ ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ସଂସ୍କୃତି ବିଭାଗ ଏକ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ହୋଇଥିବାବେଳେ ରାଜ୍ୟର ଐତିହ୍ୟର ସୁରକ୍ଷା ଦିଗରେ ଅନେକ କାର୍ଯ୍ୟ କରିବାକୁ ହେବ ବୋଲି କହିଥିଲେ ।
ଆଗାମୀ ଦିନରେ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଓ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂ ପାୟନ ପାଇଁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଉ ପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ସେ କହିଥିଲେ । ଜଣେ ସୁଲେଖକ ଭାବେ ଶ୍ରୀ ସେଠୀଙ୍କ ସୁନାମ ରହିଥିବାବେଳେ ସଂସ୍କୃତି ପ୍ରତି ତାଙ୍କର ଗଭୀର ଅଭିରୁଚି ରହିଛି । ତାଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ବିୟଣ୍ଡ ଫିଲିଂସ୍’, ‘ମାଇଁ ଓ୍ୱାଲର୍ଡ ଅଫ୍ ଓ୍ୱାର୍ଡସ୍’ ଓ କବିତା ‘ହୋୟାର ସାଲ୍ ଆଇ ଗୋ’ ପ୍ରକାଶିତ ହୋଇଛି । ‘ହୋୟାର ସାଲ୍ ଆଇ ଗୋ’ର ଉର୍ଦ୍ଦୁ ଓ ହିନ୍ଦୀରେ ଅନୂଦିତ ହୋଇ ବହୁ ପାଠକୀୟ ଆଦୃତି ଲାଭ କରିଛି ।