୨ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଧୀନ ଆମବାହାଲି ଗ୍ରାମର ଏକ ଯୁବତୀ ଙ୍କୁ ସାହାଜପାଣି ଗ୍ରାମର ଗୋବିନ୍ଦ ମେହେରଙ୍କ ପୁଅ ଅଭିନାଶ ମେହେର ପ୍ରେମ ପ୍ରତାରଣା ତଥା ୧୪ ଲକ୍ଷ ଟଙ୍କା ଠକେଇ କରି ଶନିବାର ଜେଲ ଯାଇଥିବା ଜଣା ପଡ଼ିଛି l ଆମବାହାଲି ଗ୍ରାମର ଦଳିତ ସମ୍ପ୍ରଦାୟର ଛଦ୍ମ ନାମ୍ନୀ ଯୁବତୀ ପ୍ରିୟା (୨୫) ଏବଂ ଅଭିନାଶ ଙ୍କ ମଧ୍ୟରେ ଗତ ୨୦୧୮ ମସିହାରେ ହ୍ୱାଟସଏପ ଯୋଗେ ବନ୍ଧୁତ୍ୱ ସ୍ଥାପନ ହୋଇଥିଲା l କାଳ କ୍ରମେ ତାହା ପ୍ରେମ ସମ୍ପର୍କ ରେ ପରିଣତ ହୋଇଥିଲା l ପ୍ରେମ ସମ୍ପର୍କ ହେବାରୁ ଦୁହେଁ ବଲାଙ୍ଗିର ରେଳ ଷ୍ଟେସନରେ ପ୍ରଥମ ଦେଖା ସାକ୍ଷାତ ହୋଇ ସେଠାରେ ବୁଲା ବୁଲି କରି ସିନେମା ଦେଖି ଏକ ବାଇକ ଯୋଗେ ଯୁବତୀଙ୍କୁ ଆଣି ଖପ୍ରାଖୋଲ ନିକଟ କପସିପାଲି ଗ୍ରାମ ଠାରେ ଯୁବକ ଛାଡ଼ି ଥିଲେ l ସେଠାରୁ ଯୁବତୀ ବସ ଯୋଗେ ନିଜ ଘରକୁ ଫେରିଥିଲେ l
ମଝି ମଝିରେ ଦୁଇ ପ୍ରେମୀ ଲାଠୋର ଏବଂ ଖପ୍ରାଖୋଲ ଠାରେ ଦେଖା ସାକ୍ଷାତ ହେଉଥିଲେ l ଯୁବତୀ ଜଣକ ବେଙ୍ଗଲୋର ବାମନଅଲି ନିକଟ ହଂଙ୍ଗମୁଦ୍ରା ଠାରେ ରହୁଥିବା ଭଡ଼ା ଘରକୁ ଯୁବକ ୧୫ ମାର୍ଚ୍ଚ ୨୦୨୨ ରେ ପହଞ୍ଚି ମୁଁ ତୁମକୁ ବାହା ହେବି ବୋଲି ପ୍ରତିଶୃତି ଦେଇ ୧୭ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ରହି ଶାରୀରିକ ସଂପର୍କ ସ୍ଥାପନ କରିଥିଲେ l ପରେ ମୁଁ ଠିକା କାମ କରି ଟଙ୍କା ରୋଜଗାର କରି ତୁମକୁ ବାହା ହେବି କହି ଚାଲି ଆସିଥିଲେ l ଯୁବତୀ ବାହା ହେବାର ଆଶା ନେଇ ନିଜ ବାପାଙ୍କୁ କହି ପାଟଣାଗଡ ନିବାସୀ ବିକାଶ ମେହେର ଙ୍କ ଠାରୁ ୨୦୨୨ ମସିହାରୁ ୨୦୨୩ ମସିହା ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟ, କ୍ରେଡିଟ କାର୍ଡ ଏବଂ ଫୋନପେ ମାଧ୍ୟମରେ ଅବିନାଶ ଙ୍କୁ ୧୪ ଲକ୍ଷ ଟଙ୍କା ଦେଇଥିଲେ l ସେଥିରୁ ଯୁବକ ମାତ୍ର ୧ ଲକ୍ଷ ୧୦ ହଜାର ଟଙ୍କା ଫେରସ୍ତ କରିଛନ୍ତି l
ଏତିକି ଘଟିଲା ପରେ ଯୁବକ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରି ହାତିବନ୍ଧା ଗ୍ରାମର ଏକ ଯୁବତୀ ଙ୍କୁ ୨୯ ଏପ୍ରିଲ ୨୦୨୪ ରେ ବିବାହ କରିବାକୁ ଯାଉଥିବା ଖବର ପାଇ ସଂପୃକ୍ତ ଯୁବତୀ ଅବିନାଶ ଙ୍କୁ ଫୋନ ଯୋଗେ ପଚାରିବାରୁ ବାହା ହେବାକୁ ରୋକଠୋକ ମନା କରି ପାଲଟା ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ ଦେବାସହ ଧମକ ଦେଇଥିଲେ l ଘଟଣାକୁ ନେଇ ଯୁବତୀ ଲକ୍ଷେ ଘର ଗଣ୍ଡା ସମାଜ ଖପ୍ରାଖୋଲ ସଭାପତି ଛିନୁ ଟାକ୍ରି ଙ୍କୁ କହିଥିଲେ l ସେ ସମ୍ପାଦକ ମୋହନ ସୁନା ଙ୍କ ଫୁଲକିମୁଣ୍ଡା ସ୍ଥିତ ଘରେ ଏକ ବୈଠକ କରି ଏକ ମିମାନସା ପତ୍ର ଲେଖି ଯୁବତୀ ଯୁବକ ଙ୍କୁ ଦେଇଥିବା ଦୁଇ ଗୋଟି ସୁନା ମୁଦି ଏବଂ ୨ ଲକ୍ଷ ୫୦ ହଜାର ଟଙ୍କା ଫେରସ୍ତ କରିଥିଲେ l ଯୁବତୀ ଜଣକ ଉପଯୁକ୍ତ ନ୍ୟାୟ ପାଇ ନପାରିବାରୁ ଗତ ତା ୩୧ ମଇ ୨୦୨୪ ରେ ଲାଠୋର ଥାନାର ଦ୍ୱାରସ୍ଥ ହୋଇଥିଲେ l ଯୁବତୀଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ଅଭିନଶ ଙ୍କ ବିରୁଦ୍ଧରେ ଲାଠୋର ଥାନା କେସ ନଂ ୧୩୪/୨୪ ରେ ଦଫା ୪୯୩, ୨୯୪, ୫୦୬, ୪୧୭, ୪୨୦, ସେକସନ ୩(୧)(ଆର)(ଏସ), ୩(୨)(ଭିଏ), ଅନୁସୂଚିତ ଜାତି ଜନ ଜାତି ଆଇନ ରେ ଏକ ମାମଲା ରୁଜୁ କରି ପାଟଣାଗଡ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି l