
(ଗତକାଲି ସୁଦ୍ଧା ତିନି ରଥର ୨୮ ଗୋଟି ଚକ ନିର୍ମାଣ ଶେଷ ହେବା ସହ ତିନିରଥ ମୁହାଁଟ,ନିରାଡି ଚଉପଟ କାର୍ଯ୍ୟ ଜାରୀ ରହିଥିଲା)
ଆଜି ସୁଦ୍ଧା ତିନି ରଥର ୩୧ ଗୋଟି ଚକ ନିର୍ମାଣ ଶେଷ ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ ଆଜି ସୁଦ୍ଧା ମୋଟ ୩୧ ଗୋଟି ଚକ ନିର୍ମାଣ ସହ ତିନି ରଥର ମୂହାଣ୍ଟ, ନିରାଡ଼ି, ଖମ୍ବ, ଓରା ନିର୍ମାଣ ଶେଷ ପର୍ଯ୍ୟାୟରେ ତଳଧ୍ଵଜ ରଥ ଚାଳି

୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ସୁଦ୍ଧା ତାଳଧ୍ଵଜ ରଥର ମୋଟ ୧୪ ଚକ ମଧ୍ୟରୁ ୧୦ ଗୋଟି ଚକ ନିର୍ମାଣ ଶେଷ ହୋଇଛି, ୧୧ତମ ଚକ ରେ ସଂଯୁକ୍ତ ପଇ ସାମାନ୍ୟ ଚଡକି ଯାଇଥିବା ପରିଲକ୍ଷିତ ହେବାରୁ ଉକ୍ତ ପଇକୁ ଅପସାରଣ କରାଯାଇଛି, ନୂତନ ପଇ ବିନ୍ଧ କାର୍ଯ୍ୟ ପରେ ୧୧ତମ ଚକରେ ସଂଯୁକ୍ତ ହେବ ,୧୨ ତମ ଚକ ତୁମ୍ବରେ ପଇ ସଂଯୋଗ ଶେଷ ହୋଇଛି, ଏଥିସହ ଆଜି ସୁଦ୍ଧା ତାଳଧ୍ଵଜ ରଥର ୧୨ ଗୋଟି କୁଡୁକା, ୧୧ ଟି ଗୁଜ, ୮ ଟି ତିଖ ଗୁଜ ଏବଂ ୯ଟି ଜଳଜନ୍ତ୍ର ଶେଷ ହୋଇଅଛି,

ଏହାଛଡା ମୋଟ ୪ ଗୋଟି ମୁହାଁଟ ରୁ ଦୁଇଗୋଟି ମୁହାଁଟ ଟ ଚଉପଟ କାର୍ଯ୍ୟ ଶେଷ ହୋଇଛି, ଏଥିସହ ୮ ଗୋଟି ଖମ୍ବୀ ରୁ ୪ଗୋଟି ଖମ୍ବ ର ଚଉପଟ ଶେଷ ହୋଇଛି, ଚାରି ଗୋଟି ଓରା ମଧ୍ୟରୁ ଦୁଇଟି ଓରା ଟ ଚଉପଟ କାର୍ଯ୍ୟ ଶେଷ ହୋଇ ଉଭୟ ପାର୍ଶ୍ଵର ବିନ୍ଧ କାର୍ଯ୍ୟ ବାକି ରହିଛି। ଏତଦ୍ ବ୍ୟତୀତ ଆଜି ତାଳଧ୍ଵଜ ରଥର ୪୦ ଫୁଟିଆ ପୋଲ ଗୟଳ କାଠର ବାଗିଆ ମାପ ପଡ଼ି ଚିରଟ କାର୍ଯ୍ୟ କରତୀ ସେବକଙ୍କ ଦ୍ଵାରା ଆରମ୍ଭ ହୋଇଛି।

ଦର୍ପ ଦଳନ ଚାଳି ଦର୍ପଦଳନ ରଥର ମୋଟ ୧୨ ଗୋଟି ଚକ ମଧ୍ୟରୁ ଆଜିସୁଦ୍ଧା ୯ ଗୋଟି ଚକ ନିର୍ମାଣ ଶେଷ ହୋଇଛି, ବକି ତିନୋଟି ଚକ ପାଇଁ ପଇ କଟାଯାଇ ସାଲ କାର୍ଯ୍ୟ ଜାରୀ ରହିଛି ,ଅଥି ସହ ଦର୍ପଦଳନ ରଥର କୁଡୁକା, ଗୁଜ,ତୀଖ ଗୁଜ,ଜଳଜନ୍ତ୍ର ପୂର୍ବରୁ ଶେଷ ହୋଇଥିଲା,ଏଥିସହ ଦେବୀ ରଥର ମୋଟ ୪ଗୋଟି ମୁହାଁଟ ,

୪ ଗୋଟି ଓରା ରୁ ୨ ଗୋଟି ମୁହାଁଟ ୨ ଗୋଟି ଓରା ର ଚଉପଟ କାର୍ଯ୍ୟ ଶେଷ ହୋଇ ବିନ୍ଧ କାର୍ଯ୍ୟ ବାକି ରହିଛି। ନନ୍ଦିଘୋଷ ରଥ ଚାଳି ନନ୍ଦିଘୋଷ ରଥର୧୬ ଚକ ମଧ୍ୟରୁ ୧୨ ଗୋଟି ଚକ ନିର୍ମାଣ ଶେଷ ହୋଇଛି, ୧୩ ତମ ଚକର ପଇ କଳସା ସହ ଅଖ ବିନ୍ଧ ର ଠିକ୍ ତୁଲିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି, ୧୪ ,୧୫ ତମ ଚକ ପାଇଁ ଅର କଟିଙ୍ଗ ହୋଇ ଅର ସାଲ ଜାରୀ ରହିଛି,

ଏଥିସହ ନନ୍ଦିଘୋଷ ରଥର ଦୁଇଟି ମୁହାଁଟ, ଦୁଇଟି ଓରା ର ଚଉପଟ କାର୍ଯ୍ୟ ଶେଷ ପରେ ଆଉ ଦୁଇଟି ଓରାଟ ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି , ଏଥିସହ ମୁଖ୍ୟ ମହାରଣାଙ୍କ ଦ୍ଵାରା ବାକି ୭ଗୋଟି ଅଖ ର ମାପ ପଡ଼ି ଚିହ୍ନ ଗାରିଆ ଶେଷ ହୋଇ ଅଖ ଗୁଡ଼ିକର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇଛି,ଏଥିସହ ନନ୍ଦିଘୋଷ ରଥର ୮ ଗୋଟି ଖମ୍ବୀ ର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ରୂପକାର ଚାଳି ରୂପକାର ସେବକ ମାନେ ତିନି ରଥର ସାଲ ଗୁଜ ରେ ରୂପ ଖୋଦେଇ ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡ଼ିକର ପଳିସ କାର୍ଯ୍ୟ ଜାରୀ ରଖିଛନ୍ତି। କମାର ଶାଳ ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ଅର କଣ୍ଟା ଶେଷ ପରେ ତିନି ରଥର ଅଖ, ଦଣ୍ଡା ପାଇଁ ଦଣ୍ଡା ବିଡିଆ ଏବଂ ଅଗ ପାତେଳୀ କଣ୍ଟା ନିର୍ମାଣ ଜାରୀରଖିଛନ୍ତି।

ତିନି ରଥର ନିର୍ମାଣକାରୀ ସେବକ ମାନେ ଆଜି ସକାଳ ଘ.୮.୦୦ ଟିକା ରେ ରଥଖଳା ଠାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ବିଶ୍ଵକର୍ମା ସେବକ ଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ରଥଖଳା : ରଥ ନିର୍ମାଣ କାର୍ଯ୍ୟ – ଦ୍ଵାବିଂଶ ତମ ଦିବସ ରଥ ନିର୍ମାଣକାରୀଙ୍କ ଉପସ୍ଥାନ *ତିନି ରଥର ମହାରଣା ସେବକ – ୭୬ *ତିନି ରଥର ଭୋଇ ସେବକ – ୭୭ *ତିନି ରଥର କରତୀ ସେବକ – ୪ *ତିନି ରଥର କମାର ସେବକ – ୧୭ *ତିନିରଥ ରୂପକାର ସେବକ – ୨୧ *ତୁମ୍ବ ବିନ୍ଧ କାରୀଗର – ୨ *ପାହି ମହାରଣା – ୨ *ରଥଖଳା ସହାୟକ(ପାଣିବାଲା) – ୧ ମୋଟ – ୨୦୦ ଜଣ














