୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ରାଜ୍ୟରେ ଆଜି ଶେଷ ପର୍ଯ୍ୟାୟ ସାଧାରଣ ନିର୍ବାଚନ । ଏଥି ଲାଗି କଟକ ଜିଲ୍ଲା ନିଆଳି ବିଧାନସଭା ଆସନର ବିଭିନ୍ନ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାରେ ନିଜର ମତ ସାବ୍ୟସ୍ତ କରିଛନ୍ତି ଭୋଟର । କଣ୍ଟାପଡ଼ା ବ୍ଲକର ୭୫ ନମ୍ବର ବୁଥର ପ୍ରିଜାଇଦିଂ ଅଫିସର ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ଦାଶଙ୍କୁ ନିର୍ବାଚନ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଆଜି ଜିଲ୍ଲା ପାଳ ତାଙ୍କୁ ନିଲମ୍ୱିତ କରିଛନ୍ତି ।କେତେକ ବୁଥରେ କିଛି ସମୟ EVM machine ଅଚଳ ହୋଇପଡିଥିବାର ଦେଖିବାକୁ ମିଳିଥିଲା ।

ଆଉ ମଧ୍ୟ କଣ୍ଟାପଡ଼ା ବ୍ଲକ ଡିମିରି ସ୍କୁଲ ୧୦୯ ନମ୍ବର ବୁଥ ସମେତ କେତେକ ଭୋଟ କେନ୍ଦ୍ରକୁ ସ୍ଥାନୀୟ ବିଧାୟକ ଯାଉଥିବାବେଳେ ଲୋକେ ତାଙ୍କୁ ବିଭିନ୍ନ କାରଣ ଦର୍ଶାଇ ଫେରିଯାଅ ବୋଲି କହି ବିରୋଧ କରିଥିବାର ଅଭିଯୋଗ ହୋଇଛି । ନିଆଳି , କଣ୍ଟାପଡ଼ା ଓ ବାରଙ୍ଗ ବ୍ଲକର ମୋଟ ୪୫ଟି ପଞ୍ଚାୟତରେ ୨୭୪ଟି ବୁଥରେ ଭୋଟ ଦେଲେ ୨ଲକ୍ଷ ୪୬ହଜାର ୪୯୮ ଭୋଟର ।

ନିଆଳିରେ କୌଣସି ରାଜନୈତିକ ହିଂସା କାଣ୍ଡ ଘଟିନାହିଁ, ଶାନ୍ତି ଶୃଙ୍ଖଳାରେ ମତ ଦାନ ଭୋଟର ଦେଇଛନ୍ତି, ଏହି କେନ୍ଦ୍ର ଗୁଡିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଆସନ୍ତା ୪ତାରିଖରେ ଭୋଟ ଗଣତି ହେବ, ଦେଖିବାର ଅଛି କେଉଁ ଦଳର କେଉଁ ପ୍ରାର୍ଥୀ ନିଆଳି ବିଧାନ ସଭା ଏବଂ ଜଗତସିଂହପୁର ଲୋକସଭା ସାଂସଦୀୟ ପ୍ରାର୍ଥୀ ଭାବେ ବିଜୟ ଲାଭ କରିବେ ।














