୩୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା, ପୁରୀ ତରଫରୁ ପାଞ୍ଚ ଦିନିଆ ବାଲ୍ ସଂସ୍କାର ଶିବିର ସ୍ଥାନୀୟ ଉତ୍କଳ ବାଳ । ଶ୍ରମ , ଠାରେ ଉଦ୍ଘାଟିତ ହୋଇଅଛି । ଶିବିରରେ ଶହେ ପନ୍ଦର ଜଣ ଛାତ୍ର ଛାତ୍ରୀ ଯୋଗଦେଇଛନ୍ତି । ଏଥିରେ ଯୋଗଶିକ୍ଷା, ଶ୍ଳୋକ, ପ୍ରାର୍ଥନା,ଚିତ୍ରାଙ୍କନ, ଜଣା ଅଜଣା,ପ୍ରାଥମିକ ଚିକିତ୍ସା,ମହାପୁରୁଷଙ୍କ ଜୀବନୀ ବିଶେଷକରି ଏକ ସାଂସ୍କୃତିକ ଆଧ୍ୟାତ୍ମିକ ଜୀବନ ଯାପନ ପ୍ରଣାଳୀ ଶିକ୍ଷା ଦିଆଯିବ ବୋଲି ମହିଳା ସହଭାଗିତା ସଂଯୋଜିକା ଅଧ୍ୟାପିକା ନିର୍ମଳା ସ୍ୱାଇଁ ପ୍ରକାଶ କରିଛନ୍ତି ।

ମୁଖ୍ୟ ଅତିଥି ଶିଳ୍ପୋଦ୍ୟୋଗୀ ପୁଷ୍ପା ପତ୍ର, ରାଜକିଶୋର ପାତ୍ର ଶିବିର ଉଦ୍ଘାଟନ କରିଥିଲେ । ପ୍ରାନ୍ତୀୟ ମହିଳା ସହଭାଗିତା ସମ୍ପାଦକ ସୁପ୍ରିତି ରଥ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଥିଲେ । ଅତିଥି ଭାବରେ ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ଅଜିତ ମହାପାତ୍ର,ଭାରତ ବିକାଶ ପରିଷଦ ର ସଭାପତି ଡଃ ନାରାୟଣ ଚନ୍ଦ୍ର ଦାଶ,ସଚିବ ସନ୍ତୋଷ କୁମାର ମହାନ୍ତି, ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ସୌମେନ୍ଦ୍ର ଦାସ,ମୀରା ମହାରଣା, ମମତା ପାତ୍ର, ଜୟନ୍ତୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିର ଜୁନ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବା ବୋଲି ମିଡିଆ ପ୍ରଭାବୀ ଲାଲା ଅନନ୍ତ କୁମାର ସିଂହଁ ଙ୍କ ଠାରୁ ପ୍ରକାଶ ।














