ଓଡିଶା ତାଜା ନ୍ୟୁଜ୍ (୦୬ ଅଗଷ୍ଟ ଗୁରୁବାର) ଭୁବନେଶ୍ୱର :- ମେଷ : ଆଜି ଆପଣଙ୍କ ଦିନ ମିଶ୍ରିତ ଫଳଦାୟୀ ରହିବ । ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ । ଅଫିସ୍ ର ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭ ହେବ । ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ । କୌଣସି ପ୍ରକାରର ସଙ୍କଟରେ ନ ପଡ଼ନନ୍ତୁ ସେଥିପାଇଁ ଦେଖିଚାହିଁ କାର୍ଯ୍ୟ କରିବାକୁ ଉପଦେଶ। ବ୍ୟବସାୟ କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସାଙ୍ଗରେ ଉଗ୍ର ଚର୍ଚ୍ଚା କରିବେ ନାହିଁ, ଅନ୍ୟଥା କ୍ଷତି ହେବାର ସମ୍ଭାବନା ଅଛି । ଗୃହସ୍ଥଜୀବନରେ ଆନନ୍ଦପୂର୍ଣ୍ଣ ବାତାବରଣ ରହିବ । କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଙ୍ଗରେ ଆପଣଙ୍କ ଉପସ୍ଥିତି ରହିବ । ତୀର୍ଥ ଯାତ୍ରା ହୋଇପାରେ ।
ବୃଷ : ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ । ଉତ୍ସାହ ଗୁଣ କୌଣସି ମଧ୍ୟ କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ । ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି । ଆପଣଙ୍କ ଭାବନାତ୍ମକ ଚିନ୍ତାଯୋଗୁଁ ଆପଣ ଆଜି ଅସୁସ୍ଥତା ଅନୁଭବ କରିପାରନ୍ତି । ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରନ୍ତୁ ନାହିଁ । ବାଣୀ ଏବଂ ବଚନ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ । ଖାଇବା ପିଇବା ଉପରେ ଧ୍ୟାନ ରଖିବେ । ବ୍ୟବସାୟ କ୍ଷେତ୍ରରେ ବିଘ୍ନ ଉପସ୍ଥିତ ହୋଇପାରେ । ଉଚ୍ଚ ଅଧିକାରୀମାନଙ୍କ ସହିତ ଘର୍ଷଣର ପ୍ରସଙ୍ଗକୁ ଏଡ଼ାଇବାକୁ ଚେଷ୍ଟା କରିବା ସହିତ ଶତ୍ରୁମାନଙ୍କ ସହିତ ବାଦ-ବିବାଦ କିମ୍ବା ଉଗ୍ର ଚର୍ଚ୍ଚା ନ ହେଉ ଏହାର ଧ୍ୟାନ ରଖିବେ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବାରେ ବିଳମ୍ବ ହୋଇପାରେ ଏଥିପାଇଁ ଧୈର୍ଯ୍ୟର ସହକାରେ କାର୍ଯ୍ୟ କରନ୍ତୁ ।
ମିଥୁନ : ଆଜି ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ । ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ । ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ । ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ । ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ । ଆଜି ଆମୋଦ-ପ୍ରମୋଦରେ ନିଜକୁ ଆପଣ ଭୁଲି ଯିବାର ଦିନ ଅଟେ । ମନୋରଞ୍ଜନ ପ୍ରବୃତ୍ତିରେ ଆପଣ ମଜ୍ଜି ରହିବେ । ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ । ଭଲ ଖାଇବା ପିଇବା ଏବଂ ଭଲ ବସ୍ତ୍ର ଉପଲବ୍ଧ ହେବ । ମଧ୍ୟାହ୍ନ ପରେ ଆପଣ କିଛି ଅଧିକ ଭାବୁକ ହେବେ । ଏହା ମନର ବ୍ୟଥା ବୃଦ୍ଧି କରିପାରେ । ପ୍ରଭୁଙ୍କର ଭକ୍ତି ଏବଂ ଯୌଗିକ ଧ୍ୟାନରେ ମନକୁ ଶାନ୍ତି ପ୍ରାପ୍ତି ହେବ ।
କର୍କଟ : ଆପଣଙ୍କ ଦିନ ଆନନ୍ଦ ଏବଂ ଉଲ୍ଲାସରେ କଟିବ । ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ । ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ । ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟର ବାତାବରଣ ଅନୁକୂଳ ରହିବ । ମା’ ଘରୁ ଗୃହିଣୀମାନଙ୍କୁ ଭଲ ଖବର ମିଳିବ । ପାରିବାରିକ ବାତାବରଣ ମଧ୍ୟ ଅନୁକୂଳ ରହିବ । ଶତ୍ରୁମାନଙ୍କୁ ମଧ୍ୟ ଅଧିକ ଲାଭ ପ୍ରାପ୍ତି ହେବ ନାହିଁ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ । ବୌଦ୍ଧିକ ଚର୍ଚ୍ଚାରେ ନିଜର ତାର୍କିକ ବିଚାରକୁ ପ୍ରଦାନ କରିବା ପାଇଁ ସମୟ ଅନୁକୂଳ ଅଟେ । ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ । ଭାଗିଦାରୀରେ ମଧ୍ୟ ଲାଭ ହେବ ।
ସିଂହ : ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ । ଚାକିରିରେ ପ୍ରମୋଶନ ହୋଇପାରେ । ପିତାଙ୍କର ସଂପତ୍ତିରେ ଲାଭ ହେବ । ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ । ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିର ଦିନ ଅନୁକୂଳ ଅଟେ । ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ । କିନ୍ତୁ ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ । ମାନସିକ ରୂପରେ ପ୍ରସନ୍ନ ଏବଂ ଫୁର୍ତ୍ତିର ଅନୁଭବ ହେବ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ସହକର୍ମିମାନଙ୍କର ସହଯୋଗ ମିଳିବା ପରେ କାମ କରିବାରେ ଆନନ୍ଦ ଆସିବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ ହେବାକୁ ପଡ଼ିବ ।
କନ୍ୟା : ଆଜିର ଦିନ ବହୁତ ଶୁଭ ଅଟେ । ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ । ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ । ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ । ଭାଇ-ଭଉଣୀମାନଙ୍କଠାରୁ ଆର୍ଥିକ ଲାଭ ହେବ । ଆଜି ଶାରୀରିକ ଫୁର୍ତ୍ତି ତଥା ମାନସିକ ଉଲ୍ଲାସ ଏବଂ ଚେତନା ଶକ୍ତିର ଅଭାବ ରହିବ । ସାମାଜିକ ରୂପରେ ଅପମାନ ନ ହେଉ, ଏହାର ଧ୍ୟାନ ରଖିବେ । ଧନହାନି ହେବାର ଆଶଂକା ଅଛି । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । କାର୍ଯ୍ୟରେ ସଫଳତା ନ ମିଳିବା କାରଣରୁ ନିରାଶା ହୋଇପାରେ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ନେଇ ପାରିବେ ଏବଂ ନୂଆ ବସ୍ତ୍ରର କ୍ରୟ ମଧ୍ୟ କରିବେ । ବାହନ ସୁଖ ମିଳିବ ।
ତୁଳା : ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ । ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ । ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ । ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଆଜିର ଦିନ ଭଲ ଅଟେ । ପ୍ରିୟ ବ୍ୟକ୍ତିଙ୍କ ସହିତ ହୋଇଥିବା ଭେଟ ଆନନ୍ଦଦାୟୀ ରହିବ । ଭାଗ୍ୟବୃଦ୍ଧି ହେବ । ସାମାଜିକ ରୂପରେ ମାନ-ସମ୍ମାନ ପ୍ରାପ୍ତି ହେବ । ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ଉଦାସ ରହିବ । ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିପାରନ୍ତି । ମାତାଙ୍କର ସ୍ଵାସ୍ଥ୍ୟ ମଧ୍ୟ ବିଗିଡ଼ି ପାରେ, ଏହାର ଧ୍ୟାନ ରଖିବେ ।
ବିଚ୍ଛା : ଆଜି ଆପଣ ସାମାନ୍ୟ ଦୈନିକ କାର୍ଯ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି । କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ । ସମାଜରେ ମାନ-ସମ୍ମାନ ମିଳିବ । ମିତ୍ର ତଥା ସ୍ଵଜନମାନଙ୍କ ସହିତ ବୁଲିବା ଆନନ୍ଦପ୍ରଦ ହୋଇପାରେ । ନିର୍ଦ୍ଧାରିତ କାର୍ଯ୍ୟ ସମ୍ପନ୍ନ ନ ହେବା କାରଣରୁ ହତାସା ଅନୁଭବ କରିବେ । କୌଣସି ମଧ୍ୟ ମହତ୍ଵପୂର୍ଣ୍ଣ କାର୍ଯ୍ୟ ଅଥବା ତା’ ବିଷୟରେ ନିର୍ଣ୍ଣୟ ନେବା ପାଇଁ ଉପଦେଶ । ପରିଜନ ତଥା ଭାଇ-ଭଉଣୀମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ସମୟ କଟାଇବେ । ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାଜିତ କରି ପାରିବେ । ଶାରୀରିକ ଏବଂ ମାନସିକ ରୂପରେ ଆଜି ସୁସ୍ଥ ରହିବେ । ଜୀବନରେ ଆଧ୍ୟାତ୍ମିକତାର ଅନୁଭୂତ ହେବ ।
ଧନୁ : ଆଜିର ଦିନ ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ । ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ । ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ । ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ । ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ । ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ଅଟେ । କାର୍ଯ୍ୟ ସିଦ୍ଧି ଏବଂ ଲକ୍ଷ୍ମୀ ପ୍ରାପ୍ତିର ଯୋଗ ଅଛି । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଉତ୍ସାହୀ ତଥା ପ୍ରଫୁଲ୍ଲିତ ରହିବେ । ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରିବାରେ ଆପଣଙ୍କୁ ଉତ୍ସାହ ମିଳିବ । ମଧ୍ୟାହ୍ନ ପରେ ଆପଣ କିଛି ଦ୍ଵିଧାରେ ରହିବେ । ଘରେ ତଥା ବ୍ୟବସାୟରେ କାର୍ଯ୍ୟଭାର ରହିବ । ଅଧିକ ଖର୍ଚ୍ଚ ହୋଇପାରେ ।
ମକର : ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ । ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ । ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ । ବାଣୀ ଏବଂ ବଚନ କାରଣରୁ ଭ୍ରାନ୍ତି ନ ହେଉ, ଏହାର ଧ୍ୟାନ ରଖିବେ । କ୍ରୋଧର ମାତ୍ରା ବଢ଼ି ଯିବାରୁ କୌଣସି ବ୍ୟକ୍ତିଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବିବାଦ ନ ହେଉ ମନରେ ବ୍ୟଗ୍ରତା ରହିବ । ଏଥିପାଇଁ ଆଧ୍ୟାତ୍ମିକତାର ଆଶ୍ରୟ ନେଲେ ମନ ଶାନ୍ତ ହେବ । ମଧ୍ୟାହ୍ନ ପରେ ଫୁର୍ତ୍ତି ଏବଂ ଉଲ୍ଲାସ ଅନୁଭବ କରିବେ । ପାରିବାରିକ ବାତାବରଣ ଆନନ୍ଦପ୍ରଦ ଏବଂ ଶାନ୍ତ ରହିବ ।
କୁମ୍ଭ : ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ । ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ । ଆଜିର ଆୟୋଜିତ ପ୍ରତ୍ୟେକ କାର୍ଯ୍ୟ ଭଲ ଭାବରେ ସଂପନ୍ନ ହେବ । ମହିଳାମାନଙ୍କର ସୌନ୍ଦର୍ଯ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ । ଆଜିର ଦିନ ସବୁ କ୍ଷେତ୍ରରେ ଲାଭପ୍ରଦ ଅଟେ । ସାମାଜିକ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ ଏବଂ ତା’ର ଫଳ ସ୍ଵରୁପ ମାନ ସମ୍ମାନ ପ୍ରତିଷ୍ଠାରେ ମଧ୍ୟ ବୃଦ୍ଧି ହେବ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବାର ଆଶଂକା ଅଛି । ଏଥିପାଇଁ ଆବେଶପୂର୍ଣ୍ଣ ମନକୁ ନିୟନ୍ତ୍ରଣରେ ରଖିବେ । ଧନର ଅଧିକ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ । ଜୀବନସାଥୀଙ୍କ ସହିତ ତାଳମେଳର ଅଭାବ ରହିବ । ମାତାଙ୍କର ସ୍ଵାସ୍ଥ୍ୟର ଚିନ୍ତା ହୋଇପାରେ ।
ମୀନ : ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ । ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ । ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ଯ୍ୟ ସଫଳତାରେ ସରଳତା ହେବ। ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଆଜିର ଦିନ ସବୁ ପ୍ରକାରରେ ଆପଣଙ୍କ ପାଇଁ ଲାଭଦାୟୀ ଅଟେ । କୌଣସି ପରୋପକାର କାର୍ଯ୍ୟ ଆପଣଙ୍କ ଦ୍ଵାରା ହେବ । ବ୍ୟାପାରରେ ଉଚିତ ଆୟୋଜନ ଦ୍ଵାରା ବ୍ୟାପାର ବୃଦ୍ଧି କରି ପାରିବେ । ଉଚ୍ଚ ଅଧିକାରୀଗଣ ଆପଣଙ୍କ କାର୍ଯ୍ୟର ପ୍ରଶଂସା ଆନନ୍ଦ ପୂର୍ବକ କରିବେ । ପିତା ଏବଂ ବଡ଼ଙ୍କର ଆଶୀର୍ବାଦ ଏବଂ ତାଙ୍କଠାରୁ ଲାଭ ମଧ୍ୟ ମିଳିବ । ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି ।