No Result
View All Result
୩୦ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଛତିଆ :-> ବିଶେଷ ସୂତ୍ରରୁ ଖବର ପାଇ ଡାଲମିଆ ସିମେଣ୍ଟ ର ମେଡିକାଲ ଟିମ ଏବଂ ସାମାଜିକ ଦାୟିତ୍ୱବୋଧ ବିଭାଗ ଅମୀୟଝରୀ ସ୍ଥିତ ହଦ ଆଦିବାସୀ ସାହିରେ ପହଞ୍ଚି ରୋଗୀ ମାନଙ୍କର ପ୍ରାଥମିକ ଚିକିସ୍ଛା ଆରମ୍ଭ କରିଛନ୍ତି I ମୁଖ୍ୟ ଚିକିତ୍ସା ଅଧିକାରୀ, ଡ଼କ୍ଟର ଶ୍ରୀ ଦେବବ୍ରତ ମିଶ୍ର ଓ ସି.ଏସ.ଆର ବିଭାଗ ମୁଖ୍ୟ, ଶ୍ରୀମତୀ କବିତା ସାହୁ ରୋଗୀମାନଙ୍କର ସୁବ୍ୟବସ୍ଥା ପାଇଁ ସରକାରୀ ଡାକ୍ତରଖାନା ସହ ଯୋଗାଯୋଗ କରିଅଛନ୍ତି I ପାଖ ଗ୍ରାମ ମାନଙ୍କରେ ରୋଗୀମାନଙ୍କର ଦେଖାରଖା କରିବାପାଇଁ ଡାଲମିଆ ସିମେଣ୍ଟ ତାର ନିଜର ମେଡିକାଲ କୁ ସଦାସର୍ବଦା ଖୋଲା ରଖିଅଛି I
ଏଠାରେ ପ୍ରତ୍ୟେକ ମାସ ୧୨୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ପ୍ରାଥମିକ ଚିକିତ୍ସା କରାଯାଉଅଛି I ସେଥିମଧ୍ୟରୁ ୨୦୦ ରୁ ଉର୍ଦ୍ଧ୍ବ ରୋଗୀ ନିକଟତମ ଅଂଚଳ ରୁ ଚିକିତ୍ସିତ ହେଉଛନ୍ତି I ସି.ଏସ.ଆର ବିଭାଗ ତରଫ ରୁ ସ୍ୱାସ୍ଥ୍ୟ ବିଷୟରେ ସଚେତନାମୂଳକ କାର୍ଯ୍ୟକ୍ରମ କରା ଯାଉଅଛି I ନିକଟତମ ସମୟରେ ଡାଲମିଆ ସିମେଣ୍ଟ କମ୍ପାନୀ ତରଫରୁ ଉକ୍ତ ଗ୍ରାମରେ ଥିବା ପାନୀୟଜଳ ର ସ୍ତିତ ବ୍ଯବସ୍ଥା ତଦାରଖ କରି ନୂଆ ପମ୍ପ ଘର ନିର୍ମାଣ କରାଯିବା ସଙ୍ଗେ ସଙ୍ଗେ ମୋଟର ମରାମତି କାର୍ଯ୍ୟ କରା ଯାଇ ଅଛି I
ନଳକୂପ ର ପାଇପ ସବୁ ଭାଙ୍ଗି ଯାଇଥିବାର ଦେଖି ନୂଆ ପାଇପ ର ବ୍ୟବସ୍ଥା କରିଅଛି I ଡାଲମିଆ ଭାରତ ଫାଉଣ୍ଡେସନ ତରଫରୁ ଗ୍ରାମ ପରିବର୍ତ୍ତନ ପ୍ରକଳ୍ପ ଜୀବିକା ଉପରେ ଧ୍ୟାନ ଦେଇ ସେମାନଙ୍କର ଆୟ ରେ କିଛି ବୃଦ୍ଧି ଆଣିବା ପାଇଁ ଅନେକ ଆୟ ବୃଦ୍ଧି କାର୍ଯ୍ୟକ୍ରମ କରାଯାଇଅଛି ଯଥା – କୁକୁଡ଼ା ପାଳନ, ଛେଳି ପାଳନ, ପାକଶାଳା ବଗିଚା ଏବଂ ପଶୁପାଳନ ପାଇଁ ଟୀକାକରଣ ଇତ୍ୟାଦି କାର୍ଯ୍ୟକ୍ରମ ହୋଇଅଛି I ଆଗାମୀ ଦିନରେ ଏଠାରେ ବସବାସ କରୁଥିବା ପରିବାରକୁ ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରିବ ବୋଲି ଡାଲମିଆ ସି.ଏସ.ଆର ବିଭାଗ ପ୍ରକାଶ I
No Result
View All Result