No Result
View All Result
୨୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଆଇ ଆର ଏମ ଏସ, ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି।ସେ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଏବଂ ଭାରତୀୟ ରେଳବାଇ ଇଞ୍ଜିନିୟର୍ସ ସେବା (ଆଇଆରଏସଇ)୧୯୮୮ ବ୍ୟାଚ୍ ଅଧିକାରୀ ଅଟନ୍ତି। ଦୀର୍ଘ ଦଶନ୍ଧିର ଉଲ୍ଲେଖନୀୟ କ୍ୟାରିୟର ସହ ସେ ଡିଆରଏମ/ରାଜକୋଟ, ଏଡିଆରଏମ/ଅହମ୍ମଦାବାଦ, ଅଧ୍ୟକ୍ଷ/ଆରଆରବି ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ/ଆରଡିଏସଓ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇଛନ୍ତି। ପୂର୍ବତଟ ରେଳପଥରେ ନିଯୁକ୍ତି ପାଇବା ପୂର୍ବରୁ ସେ ପଶ୍ଚିମ ରେଳବାଇ, ମୁମ୍ବାଇରେ ପ୍ରିନ୍ସିପାଲ୍ ଚିଫ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ।

ଆରଡିଏସଓରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବେଗ ବୃଦ୍ଧି କରିବା ପାଇଁ ଟ୍ରାକ୍ ଏବଂ ବ୍ରିଜ୍ କ୍ଷେତ୍ରରେ ଅଭିନବ ଜ୍ଞାନକୌଶଳ ପ୍ରଚଳନ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରେଲୱେ ଇଞ୍ଜିନିୟରିଂ ବ୍ୟତୀତ ମାନବ ସମ୍ବଳ କାର୍ଯ୍ୟ, ଗବେଷଣା ଏବଂ ଡିଜାଇନ୍ ଏବଂ ସାଧାରଣ ପ୍ରଶାସନରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି।ଟ୍ରାକ୍, ବ୍ରିଜ୍ ଏବଂ ପରିବେଶ ଇଞ୍ଜିନିୟରିଂ ଉପରେ ସେ ଅନେକ ଗବେଷଣା ପତ୍ର ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ କରିଛନ୍ତି। ବେଜିଂ (ଚାଇନା), କାଲଗରୀ (କାନାଡା) ଏବଂ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ହେଭି ହଲ୍ ଆସୋସିଏସନ୍ (ଆଇଏଚ୍ଏଚ୍ଏ)ସମ୍ମିଳନୀରେ ସେ ରିସର୍ଚ୍ଚ ପେପର ଉପସ୍ଥାପନ କରିଥିଲେ। ସେ ସ୍ୱିଡେନ, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଚୀନ, କାନାଡା, ମାଲେସିଆ, ସିଙ୍ଗାପୁର ଏବଂ ଇଟାଲୀ ଗସ୍ତ କରି ବିଭିନ୍ନ ପ୍ରଶିକ୍ଷଣ ଏବଂ ଅଧ୍ୟୟନ କାର୍ଯ୍ୟ କରିଛନ୍ତି।ଶ୍ରୀ ଫୁଙ୍କୱାଲଙ୍କର ସାହିତ୍ୟ ପ୍ରତି ଗଭୀର ଆଗ୍ରହ ରହିଛି ଏବଂ ତାଙ୍କର କିଛି କବିତା ସମକାଳୀନ ହିନ୍ଦୀ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଛି।


No Result
View All Result