No Result
View All Result
୨୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗ ର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମିତ୍ତ ପ୍ରସ୍ତୁତି ତଥା ସଫଳତା ପାଇଁ ସରକାରୀ ଆଇଟିଆଇ ପୁରୀରେ,ଓ.ଏସ୍. ଏଫ୍. ଡି. ସି ତରଫରୁ ଗଣିତ, ଯୁକ୍ତି, ସାଧାରଣ ଜ୍ଞାନ, ଇଂରାଜୀ, ଏବଂ ବାଣିଜ୍ୟ ତତ୍ତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅନ୍ତର୍ଭୁକ୍ତ କରି ୩୦ ଦିନିଆ ସ୍ୱତନ୍ତ୍ର କୋଚିଂ କ୍ଲାସ୍ ଯୋଗାଇ ଦିଆଯାଇଥିଲା | ଏହି କ୍ରମରେ ସମ୍ମାନିତ ଅତିଥି ଜିଲ୍ଲା ନିଯୁକ୍ତି ଅଧିକାରୀ ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ଡି.ଟି.ଇ.ଟି ରୁ ଶ୍ରୀ ମନୋରଂଜନ ସାମଲ, ଶ୍ରୀ ବିକାଶ କୁମାର ମହନ୍ତ,
ଜିଲ୍ଲା କଲ୍ୟାଣ ଅଧିକାରୀ ପୁରୀ, ଶ୍ରୀ ଅଭିମନହୁ ସାହୁ, ଆସିଷ୍ଟାଣ୍ଟ ମ୍ୟାନେଜର ଶିଳ୍ପ ବିକାଶ କେନ୍ଦ୍ର ପୁରୀ ଏବଂ ଇଂ ଅରୋବିନ୍ଦ ଘୋଷ, ପ୍ରିନ୍ସିପାଲ୍, ସରକାରୀ ଆଇଟିଆଇ ପୁରୀ ଯୋଗଦେଇଥିଲେ I ଏହି ସ୍ୱତନ୍ତ୍ର କୋଚିଂ କ୍ଲାସ୍ ରେ ଯୋଗଦେଇ କୃତକାର୍ଯ୍ୟ ହୋଇ ଥିବା ଏସସି ଏବଂ ଏସ୍ଟି ଛାତ୍ରଛାତ୍ରୀ ମାନେ ସମ୍ମାନିତ ଅତିଥି ଙ୍କ ଉପସ୍ଥିତିରେ ସମାପ୍ତି ପ୍ରମାଣପତ୍ର ଗ୍ରହଣ କରିଥିଲେ | ଅଧିକନ୍ତୁ, ପ୍ରଶିକ୍ଷାର୍ଥୀଙ୍କୁ ଉପକରଣ କିଟ୍ ଏବଂ ଅଧ୍ୟୟନ ସାମଗ୍ରୀ ପ୍ରଦାନ କରାଗଲା।ଏହି ପଦକ୍ଷେପ ଦ୍ୱାରା ପ୍ରଶିକ୍ଷାର୍ଥୀମାନେ ପ୍ରକୃତରେ ଉପକୃତ ହୋଇଥିଲେ, ଯାହା ସେମାନଙ୍କର ଭବିଷ୍ୟତର ସୁଯୋଗ ଏବଂ ବୃତ୍ତି ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ ।

No Result
View All Result