No Result
View All Result
୨୯ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ପଡିବ।ସକାଳ ୭ ଘଟିକା ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ ରେ ମତଦାନ କରିପାରିବେ।ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ ୫୬୦ ଟି ମତଦାନ କେନ୍ଦ୍ର ରେ ମତଦାନ କରାଯିବ।ଏଥିରେ କାକଟପୁରର ୨୮୦ ଟି ଓ ନିମାପଡା ର ୨୮୦ଟି ବୁଥ ରହିଛି।ଏଥି ମଧ୍ୟରୁ ମୋଟ ୯୮ ଟି ବୁଥ କୁ ମଡେଲ ବା ଆଦର୍ଶ ବୁଥ କରାଯାଇଛି।ସେଥି ମଧ୍ୟରୁ ୭୬ ବୁଥ ରେ କେବଳ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସଖି ବୁଥ ହୋଇ ଥିବା ବେଳେ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ୱାରା

୪ଟି,ଯୁବ ପୁଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ୫ଟି,ପରିବେଷ ଉପଯୋଗୀ ବା ଇକୋ ଫ୍ରଣ୍ଡଲି ୮ ଓ ଥିମ ବେଶ ୫ ଟି ବୁଥ ରହିଛି।କାକଟପୁର ଓ ନିମାପଡା ରେ ୩୮ ଲେଖାଏଁ ସଖି ବୁଥ,୨ଟି ଲେଖାଏଁ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ବାରା ପରିଚାଳିତ ବୁଥ, କାକଟପୁର ରେ ୪ଟି ଯୁବ ପୁଲିଂ ପରିଚାଳିତ ବୁଥ,୨ଟି ଇକୋ ଫ୍ରେଣ୍ଡଲି ବୁଥ ଓ ୩ ଟି ଥିମ ବେଶ ବୁଥ ହୋଇଥିବା ବେଳେ ନିମାପଡା ରେ ଯୁବ ପୁଲିଂ ଅଫିସର ମାନଙ୍କ ଦ୍ୱାରା ପରିଚାଳିତ ଗୋଟିଏ, ଇକୋ ଫ୍ରଣ୍ଡଲି ୬ ଟି ଓ ଥିମ ବେଶ ୨ଟି ବୁଥ ର ବ୍ୟବସ୍ଥା ହୋଇଛି।

ପୂର୍ବରୁ ସୁଇପ ବା ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ମାଧ୍ୟମରେ ଭୋଟର ମାନ ଙ୍କୁ ବ୍ୟାପକ ସଚେତନତା କରାଯାଇ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର କୁ ସାବ୍ୟସ୍ତ କରି ନିଶ୍ଚିତ ମତଦାନ କରିବାକୁ ଅନୁରୋଧ କରାଯାଇଥିଲା।ଜୁନ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ରେ ମତଦାନ ହେଉ ଥିବାରୁ ପ୍ରତ୍ୟେକ ଭୋଟର ନିଶ୍ଚିତ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତ ଭୋଟର ମାନ ଙ୍କୁ ଅନୁରୋଧ କରିଛନ୍ତି।


No Result
View All Result