୨୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ନିମାପଡ଼ା ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ବିଜେପି ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କଲେ ନିବେଦନ।ଆଜି ତିନୋଟି ସ୍ଥାନରେ ଶାହାଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ ନିମାପଡ଼ା ରେ ରହିଥିଲା ଅନ୍ତିମ କାର୍ଯ୍ୟକ୍ରମ । ରାଜ୍ୟରେ ଅନ୍ତିମ ପର୍ଯ୍ୟାୟରେ ୬ ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବାକୁ ଯାଉଅଛି ।
ବିଶେଷ କରି ଜଗତସିଂହପୁର ସଂସଦୀୟ କ୍ଷେତ୍ର ଉପରେ ସମସ୍ତ ଙ୍କ ନଜର ରହିଥିବାବେଳେ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡ଼ି ନିମାପଡ଼ା ଆସନ ଦଖଲ ପାଇଁ ଜୋରଦାର ଚେଷ୍ଟା କରିଚାଲିଛନ୍ତି । ବିଜେଡ଼ି ଦଳର ହେଭିୱେଟ୍ ନେତା ମାନଙ୍କ ଘନ ଘନ ନିମାପଡ଼ା କୁ ଗସ୍ଥ ଜାରୀ ରଖିଥିବାବେଳେ ଅନୂରୂପ ଭାବେ,ବିଜେପି ର କେନ୍ଦ୍ରୀୟ ନେତାମାନଙ୍କ ଓଡିଶା ଗସ୍ତ ମଧ୍ୟ ଜାରି ରହିଛି । ନିମାପଡ଼ା ରେ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅମିତ୍ ଶାହା ।
ପ୍ରାୟ ୫୦.୦୦୦ କର୍ମକର୍ତ୍ତା ମାନଙ୍କୁ ଏହି ବିଜୟ ସଂକଳ୍ପ ସମାବେଶରେ ଦଳୀୟ ନେତାଙ୍କୁ ବିଜୟ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ଅମିତ୍ ଶାହା । ବିଶେଷ କରି ମୋଦି ସରକାର ଶାସନ କୁ ଆସିଲେ ରତ୍ନ ଭଣ୍ଡାରକୁ ଶହେ ଦିନ ଭିତରେ ଖୋଲିବା,ଶ୍ରୀ ମନ୍ଦିର ର ଚାରି ଦ୍ବାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇବା,ବେକାରୀଙ୍କୁ ନିଯୁକ୍ତି ଆଦି ମିଳିବ ବୋଲି କହିଥିବାବେଳେ ନବୀନ ଓ ୫ଟି ଅଧ୍ୟକ୍ଷ ଙ୍କୁ କଡ଼ା ସମାଲୋଚନା କରିଥିଲେ ଅମିତ୍ ଶାହା । ସେପଟେ ସାହାଙ୍କ ଗ୍ରସ୍ଥକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ପ୍ରାସାସନିକ ତରଫରୁ କରାଯାଇଥିଲା ।