No Result
View All Result
୨୭ମେ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି । ଯାହା ଆମ ବିଦ୍ଯାଳୟ ପାଇଁ ଗର୍ବ ଓ ଗୌରବର ବିଷୟ । ୪୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଏ-୧ରେ ୦୧ ଜଣ, ଏ-୨ରେ ୦୩ ଜଣ, ବି-୧ରେ ୧୨ ଜଣ, ବି-୨ରେ ୧୧ ଜଣ ଓ ସି- ୨୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୧ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ସିମ୍ରନ୍ ନାୟକ ବିଦ୍ଯାଳୟର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ମୋଟ ୪୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ୦୧ ଜଣ ୯୦% ନମ୍ବର ରଖିଛନ୍ତି,
୦୩ ଜଣ ୮୦ ଶତକଡାରୁ ଉର୍ଦ୍ଧ୍ବ ନମ୍ବର ରଖିଛନ୍ତି,୧୨ ଜଣ ୭୦ % ରୁ ଉର୍ଦ୍ଧ ନମ୍ବର ରଖିଥିବା ବେଳେ ୧୧ ଜଣ ୬୦% ରୁ ଉର୍ଦ୍ଧ ନମ୍ବର ରଖି ବିଦ୍ଯାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଶିକ୍ଷାକେନ୍ଦ୍ର ୧୦୦ ପ୍ରତିଶତ ରେଜଲ୍ଟ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୫୦%ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବାରୁ ବିଦ୍ଯାଳୟର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁ ସେବାବ୍ରତୀ ଗୁରୁଜୀ ଗୁରୁମା ଓ ଅଭିଭାବକ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି।ସୂଚନା ଥାଉକି, ସମସ୍ତ ଛାତ୍ରଛାତ୍ରୀ ଲେଙ୍କୁଡିପଡା ଉଚ୍ଚ ବିଦ୍ଯାଳୟ ଅଧିନରେ ପରୀକ୍ଷା ଦେଇଥିଲେ।

No Result
View All Result