୨୭ମେ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଳ ବ୍ଳକ ବଡ ଗୁର୍ଜୀଭଟା ଗ୍ରାମ ଅନାଥ ଆଦିବାସି ଶିଶୁ ପୁତ୍ରକୁ ଖପ୍ରାଖୋଲ ଆଦିବାସି ସଂଘର ସଭାପତି ଓ ସଂପାଦକ ସାହାର୍ଯ୍ୟର ହାତ ବଢେଇଛନ୍ତି । ଖପ୍ରାଖୋଲ ଗ୍ରାମ ପଞ୍ଚାୟତ ବଡ଼ଗୁର୍ଜୀଭଟା ଗ୍ରାମର ଗରିବ ଆଦିବାସି ଗୌର ମାଝି ଓ କୁନ୍ତ ଲା ମାଝି କଂ ପୁଅ ଡ଼ୁଲାମଣି ମାଝି ଧଣ୍ଡାମୁଣ୍ଡା ଗ୍ରାମ ପଂଚାୟତ ପାଟିମାଳ ଗ୍ରାମର ମଞ୍ଜୁ କୁ ସାମାଜିକ ନିତି ନିୟମରେ ବିବାହ କରିଥିଲେ । ଦିର୍ଘ୍ଯ ଏକବର୍ଷ ତଳ ଘଟଣା । ବିବାହ କରି ଘରକୁ ଆଣିବାରୁ ଜଣାପଡିଲା ଝିଅ ମୁଣ୍ଡ ବିକୃତି ମାନସିକ ରୋଗି ଶାଶୁଘରେ ବହୁ କୁ ଖପ୍ରାଖୋଲ, ପାଟଣାଗଡ, ବଲାଙ୍ଗିର ଡାକ୍ତରଖାନାରେ ଚିକିତ୍ସାର କିଛିଭଳ ହେଲା ନାହି |
ଏପଟେ ମା ନସିକ ରୋଗି ଗର୍ଭବତି ଥିବାରୁ ଗତ ୨୦୨୪ ଫେବୃଆରି ମାସରେ ମାନସିକ ପାଗଳି ମଞ୍ଜୁ ପାଟଣାଗଡ ଡାକ୍ତର ଖାନାରେ ଶିଶୁ ପୁତ୍ର ଜନ୍ମ ଦେଇଅଛି | କିନ୍ତୁ ଆଜି ପ୍ରର୍ଯ୍ୟନ୍ତ ମାନସିକ ପାଗଳି ଜାଣିପାରୁନାହି ମୋର ପୁଅ କୁଆଡ଼ ଗଳା | ବାଧ୍ଯ ହୋଇ ମାନସିକ ପାଗଳି କୁ ତା ବାପଘରେ ଛାଡିଦେଇ ଛନ୍ତି । ଜନ୍ମ ହୋଇଥିବା ୪ମାସର ଶିଶୁପୁତ୍ରକୁ ଆଇ କୁନ୍ତଳା ମାଝି ଲୋକ ଙ୍କ ଠାରୁ ମାଗି ଅମୁଳ ଖିର କିଣି ପିଇବା ପାଇ ଦେଉଛନ୍ତି ।
ଏହି ବର୍ତ୍ତମାନ ଶିଶୁପୁତ୍ର ବାପା ଡୁଳା ମଣି ଅଜା ଗୌରମାଝି ବାହାର ରାଜ୍ୟରେ ପେଟ ପାଟଣ ପାଇ ଯାଇଛନ୍ତି । ଦୁଖର ଘଟଣା ଖବର ପାଇ ଖପ୍ରାଖୋଲ ଆଦିବାସି ସଂଘର ସଭାପତି ବିପ୍ର ବିଶି ଓ ସଂପାଦକ ଟିକେଶ୍ୱର ଧରୁଆ ଖବର ବଡ ଗୁର୍ଜୀଭଟାରେ ପହଞ୍ଚି ଶିଶୁପୁତ୍ର କୁ ଦେଖି ଖିର ଖାଇବା ପାଇ ଶିଶୁପୁତ୍ରର ଆଇକୁ ୧୦୦୦ ଟଙ୍କା ଦେଇଛନ୍ତି । ଓ ଶିଶୁପୁତ୍ର କୁ ସାହାର୍ଯ୍ୟସହଯୋଗ ପାଇ ଜିଲ୍ଲା ଆଦିବାସି ସଂଘକୁ ଓ ବ୍ଳକ୍ ପ୍ରଶ। ଶନ ଠାରୁ ଜିଲ୍ଲାପ୍ରଶାସନଙ୍କୁପ୍ରର୍ଯ୍ୟନ୍ତ୍ର ଅବଗତ କରିବୁ ବୋଲି କହିଛନ୍ତି.