No Result
View All Result

୨୫ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିର :-> ଗୁଣିଗାରେଡ଼ି ସନ୍ଦେହକୁ କେନ୍ଦ୍ର କରି ଗୋଟିଏ ପରିବାର ଗାଁ ଛାଡି ବେସାହାରା ପାଲଟିଥିବା ଘଟଣା ନଜରକୁ ଆସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଅର୍ନ୍ତଗତ ରାଜଖମା ଗ୍ରାମରେ। ରାଜଖମା ଗାଁର ସନ୍ୟାସି ଦଳପତି ନିଜ ପାଞ୍ଚ ପ୍ରାଣି କୁଟୁମ୍ବ କୁ ନେଇ ଭୟରେ ଗାଁ ଛାଡି ଅନ୍ୟତ୍ର ଏକ ଗ୍ରାମରେ ପରିବାରକୁ ନେଇ ରହୁଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ଅଡବା ଥାନା ଅର୍ନ୍ତଗତ ଗରଡମା ପଞ୍ଚାୟତର ରାଜଖମା ଗ୍ରାମରେ ଦୁଇଟି କନ୍ୟା ସନ୍ତାନ,ସ୍ତ୍ରୀ ଓ ବୃଦ୍ଧ ବାପା ଙ୍କୁ ସଙ୍ଗରେ ଧରି ସନ୍ୟାସୀ ଦଳପତି ଚାଷ ବୃତ୍ତି କରି ପୁର୍ବ ପୁରୁଷ ରୁ ସେହି ଗ୍ରାମରେ ରହି ଆସୁଥିଲେ। କିନ୍ତୁ ୨୦୧୪ ମସିହା ରୁ ଗ୍ରାମର କିଛି ଯୁବକ ସନ୍ୟାସି ଙ୍କୁ ଗୁଣିଆ ଆଖ୍ୟା ଦେଇ ବିରୋଧ କରି ଆସୁଛନ୍ତି ।

ଗ୍ରାମବାସୀ ଙ୍କ ନିଷ୍ପତ୍ତି କ୍ରମେ ଏହି ଘଟଣା କୁ ନେଇ ଗତ ୨୦ ତାରିଖରେ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ବୈଠକ ଡକା।ଉକ୍ତ ବୈଠକ କୁ ସନ୍ୟାସୀଙ୍କୁ ମଧ୍ୟ ଡକାଯାଇଥିଲା କିନ୍ତୁ ଭୟରେ ସେ ବୈଠକକୁ ଯାଇନଥିଲେ। ବୈଠକ କୁ ସନ୍ୟାସୀ ଯାଇନଥିବାରୁ ଗ୍ରାମର କିଛି ଯୁବକ ଗୁଣିଗାରେଡ଼ି ରେ ସନ୍ୟାସୀ ସମ୍ପୃକ୍ତ ଥିବା କହି ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।

ଯାହା ଫଳରେ ସନ୍ୟାସୀ ନିଜେ ଜୀବନ ବିକଳରେ ନିଜ ସ୍ତ୍ରୀ ପିଲାଙ୍କ ସହ ନିଜ ବୃଦ୍ଧ ବାପା ଙ୍କୁ ଗାଁ ରୁ ଆଣି ଅନ୍ୟତ୍ର ରହୁଥିବା ସନ୍ୟାସୀ ପ୍ରକାଶ କରିଛନ୍ତି। ଏହି ପରି ମୋହନା ଅଞ୍ଚଳରେ ଗୁଣି ସନ୍ଧେହରେ ହତ୍ୟାକାଣ୍ଡ ଏକାଧିକ ଘଟିଛି ତେଣୁ ସନ୍ୟାସୀ ଜୀବନ ପ୍ରତି ବିପଦ ଥିବା ଜାଣି ଏ ସମ୍ପର୍କରେ ଅଡବା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଲିଖିତ ଅଭିଯୋଗ ହେବା ପରେ ଅଡବା ଥାନାରେ ମାମଲା ରୂଜୁ ହୋଇଛି । ଉଭୟ ଗୋଷ୍ଠୀଙ୍କୁ ଡାକି ତଦନ୍ତ ଜାରି ରହିଥିବା ସୁଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ ।

No Result
View All Result