No Result
View All Result
ରାଜସୁନାଖଳାରେ ବିଜେଡି ଦଳକୁ ବିପୁଳ ଜନ ସମର୍ଥନ
୨୪ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀରେ ଶେଷ ଦିନ ପ୍ରଚାରରେ ରାଜସୁନାଖଳା ପଂଚାୟତ ଓ ନରେନ୍ଦ୍ରପୁର ପଂଚାୟତରେ ନିର୍ବାଚନୀ ବାଇକ ରାଲି ରଣପୁର ବ୍ଲକ ବିଜେଡି ସଚିକାନ୍ତ ଷଡ଼ଙ୍ଗୀଙ୍କ ଆବାହକତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଅଛି ! ଏହି ନିର୍ବାଚନୀ ବାଇକ ରାଲିରେ ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟ ନାରାୟଣ ପ୍ରଧାନ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ପୂର୍ଣ୍ଣ ଚନ୍ଦ୍ର ନାୟକ,

ନରେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ତ୍ରିନାଥ ରାଉତ ପ୍ରମୁଖ ଯୋଗଦେଇଥିଲେ ! ବିଶାଳ ବାଇକ ରାଲି ରାଜସୁନାଖଳାସ୍ଥିତ ମା “ଦକ୍ଷିଣକାଳୀ ମନ୍ଦିରଠାରୁ ପୂଜାର୍ଚ୍ଛନା କରି ଶୋଭାଯାତ୍ରା ଆରମ୍ଭ ହୋଇ ରାମାବିଲ, ରାଜସୁନାଖଳା, ବିନୋଦପଡା, ନରେନ୍ଦ୍ରପୁର, ଉଆସପଟଣା, ବାଧିପାଟଣା ଦେଇ କୋଟଗଡ଼ ଗ୍ରାମଠାରେ ସମାପ୍ତ ହୋଇଥିଲା !

ଉକ୍ତ ରାଲିରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବାଇକ ସହ ଶତାଧିକ ବିଜେଡି କର୍ମୀ ଓ କର୍ମକର୍ତ୍ତା ସମେତ ୱାର୍ଡ ସଭ୍ୟ, ସମିତି ସଭ୍ୟ ଓ ବିଜୁପ୍ରେମୀମାନେ ଉପସ୍ଥିତ ରହିଥିଲେ ! ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଗାଁ ଗାଁ ବୁଲି ସମସ୍ତ ଜନସାଧାରଣମାନଙ୍କୁ ଦୁଇଟି ଶଙ୍ଖରେ ଭୋଟ ଦେଇ ବିଜେଡି ଦଳ ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ଭୋଟ ଭିକ୍ଷା କରିଥିଲେ !

ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବ ବୋଲି ଜଣା ପଡୁଛି ! ଏହି ରାଲିକୁ ବିଜେଡି କର୍ମୀ ଫକୀର ମୋହନ ସାମନ୍ତରାୟ, ଟିକିନା ମହାପାତ୍ର, ଦାଶରଥି ମହାପାତ୍ର, କାଁହୁ ଚରଣ ସାହୁ, ଓ ତପନ ମୁଦୁଲି ପ୍ରମୁଖ ଶାନ୍ତି ଶୃଙ୍ଖଳାର ସହଯୋଗ କରିଥଲେ !


No Result
View All Result